• ଜନୈକ ମହିଳା ତାଙ୍କ ଜ୍ୱାଇଁଙ୍କ ସହ ଏପରି ସମ୍ପର୍କ ଯୋଡିଛନ୍ତି ଯାହାକୁ ବୁଝିବା ଏବେ ଉଭୟ ପରିବାର ଲାଗି କଷ୍ଟକର
  • ମହିଳା ନିଜ ପରିବାର ଓ ପିଲାଙ୍କୁ ଛାଡି ଜ୍ୱାଇଁଙ୍କ ସହ ରହିବାକୁ ମଧ୍ୟ ପ୍ରସ୍ତୁତ
  • ସମ୍ପର୍କ ହୁଏତ ଅନୈତିକ ହୋଇପାରେ, ହେଲେ ମୋ ପାଖରେ ବିକଳ୍ପ ନାହିଁ

ମୈନପୁରୀ: ଉତ୍ତରପ୍ରଦେଶ ମୈନପୁରୀରେ ପ୍ରେମ ଅପ୍ରତ୍ୟାସିତ ମୋଡ ନେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜନୈକ ମହିଳା ତାଙ୍କ ଜ୍ୱାଇଁଙ୍କ ସହ ଏପରି ସମ୍ପର୍କ ଯୋଡିଛନ୍ତି ଯାହାକୁ ବୁଝିବା ଏବେ ଉଭୟ ପରିବାର ଲାଗି କଷ୍ଟକର। ଏପଟେ ମହିଳା ନିଜ ପରିବାର ଓ ପିଲାଙ୍କୁ ଛାଡି ଜ୍ୱାଇଁଙ୍କ ସହ ରହିବାକୁ ମଧ୍ୟ ପ୍ରସ୍ତୁତ। ପାଖାପାଖି ୨ ବର୍ଷ ପୂର୍ବେ ମହିଳାଙ୍କ ସ୍ୱାମୀଙ୍କ ପରଲୋକ ହୋଇଥିଲା। ମାମଲା ସହ ସମ୍ପର୍କିତ ଉପଲବ୍ଧ ତଥ୍ୟ ଅନୁସାରେ ଜ୍ୱାଇଁଙ୍କ ପରିବାରରେ ବିବାହ ପରେ ମହିଳା ଓ ଜ୍ୱାଇଁଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଛି। ଉଭୟ ଦୁଇ ମାସ ପର୍ଯ୍ୟନ୍ତ ଜ୍ୱାଇଁଙ୍କ ଘରେ ରହୁଥିଲେ।

ଏହି ଘଟଣା ପ୍ରଥମେ ପରିବାର ମଧ୍ୟରେ ସୀମିତ ଥିଲା, ହେଲେ ଯେତେବେଳେ ସମ୍ପର୍କୀୟ ଏ କଥା ଜାଣିବାକୁ ପାଇଲେ ପରିବାରରେ କଳହ ଉପୁଜିଥିଲା। ମାମଲା ସେତେବେଳେ ଆହୁରି ବିଗିଡିଗଲା ଯେତେବେଳେ ମହିଳା ଓ ତାଙ୍କ ଜ୍ୱାଇଁ ଏକ ପାରିବାରିକ ଉତ୍ସବରେ ଏକତ୍ର ଯୋଗଦେଲେ। ସେଠାରେ ମହିଳାଙ୍କ ପିଲାମାନେ ମଧ୍ୟ ଥିଲେ। ପିଲାମାନେ ଏହି ସମ୍ପର୍କକୁ ନେଇ ଆପତ୍ତି କରିବାରୁ ମହିଳା ଆଉ ପଛକୁ ହଟିବାକୁ ରାଜି ହୋଇନଥିଲେ ଓ ଜ୍ୱାଇଁଙ୍କ ସହ ରହିବାକୁ ଜିଦ୍ କରିଥିଲେ। ଘଟଣାକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ବିବାଦ ବଢିବା ସହ ମାମଲା ଏବେ ପୋଲିସ ପର୍ଯ୍ୟନ୍ତ ପହଞ୍ଚି ଯାଇଛି।

ମହିଳା ଓ ଯୁବକଙ୍କୁ ପୋଲିସ ଥାନାକୁ ଡକାଇ ବୁଝାଇ ସୁଝାଇ ବିବାଦ ସମାଧାନ କରିବାକୁ ଚାହିଁଥିଲା। ଏଣୁ ଉଭୟଙ୍କୁ ଅନେକ କଥା ବୁଝା ଯାଇଥିଲା। ହେଲେ ମହିଳା ଅଥବା ଯୁବକ କେହି ହେଲେ ନିଜ ସମ୍ପର୍କ ଛାଡିବାକୁ ରାଜି ହେଉ ନାହାନ୍ତି। ଯୁବକ ମହିଳାଙ୍କୁ ରଖିବା ପାଇଁ ନିଜ ଜିଦରେ ଅଡି ଯାଇଛି, ଏପରିକି ମହିଳାଙ୍କ ପିଲାମାନଙ୍କ ଦାୟିତ୍ୱ ନେବାକୁ ମଧ୍ୟ ସେ ପ୍ରସ୍ତୁତ ଥିବା କହିଛି। ଏଥିରେ ଯେବେ ଯୁବକଙ୍କୁ ତାଙ୍କ ପତ୍ନୀଙ୍କ ସମ୍ପର୍କରେ ପଚରା ଗଲା ସେତେବେଳେ ସେ ଶାଶୂଙ୍କ ପାଇଁ ପତ୍ନୀଙ୍କୁ ଛାଡିବାକୁ ମଧ୍ୟ ରାଜିଥିବା କହିଛି। ଏଥିରେ ଯୁବକଙ୍କୁ ଯେତେବେଳେ ଏହି ସମ୍ପର୍କ ନୈତିକ କି ବୋଲି ପ୍ରଶ୍ନ କରାଗଲା ତାଙ୍କ ଉତ୍ତର ମଧ୍ୟ ଅଜବ ଥିଲା। ସେ କହିଥିଲେ ଏହି ସମ୍ପର୍କ ହୁଏତ ଅନୈତିକ ହୋଇପାରେ, ହେଲେ ତାଙ୍କ ପାଖରେ କୌଣସି ବିକଳ୍ପ ନାହିଁ। କାରଣ ସେ ମହିଳାଙ୍କୁ ଗଭୀର ଭାବେ ଭଲପାଉଛି।

ସେପଟେ ମହିଳା ମଧ୍ୟ ନିଜ ନିଷ୍ପତ୍ତିରେ ଅଟଳ, ସେ ମଧ୍ୟ ଜୋର ଦେଇ କହୁଛନ୍ତି ଯେ ଯୁବକଙ୍କ ସହ ରହିବାଙ୍କୁ ଚାହୁଁଛନ୍ତି। ଶାଶୂ ଓ ଜ୍ୱାଇଙ୍କ ସମ୍ପର୍କ ଏବେ ଉଭୟ ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ପର୍କୀୟ ମାନେ ଶାଶୂ ଜ୍ୱାଇଁ ସମ୍ବଦ୍ଧକୁ ବିରୋଧ କରୁଛନ୍ତି ଓ ଘରକୁ ଫେରିବା ପାଇଁ ମହିଳାଙ୍କୁ ମନେଇବାକୁ ଉଦ୍ୟମ କରୁଛନ୍ତି। ତେବେ ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଘରକୁ ପଠାଇ ଦେଇଛି। ପୋଲିସ କହିଛି ଯେ ମାମଲାରେ ଯଦି କେହି ଲିଖିତ ଅଭିଯୋଗ କରନ୍ତି ତେବେ ଆଇନ ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ କରାଯିବ।

ଏହି ଅସାଧାରଣ ମାମଲା ଏବେ ସୋସିଆଲ ମିଡିଆରେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ପାଞ୍ଚ ପିଲାଙ୍କ ମା ଓ ଜ୍ୱାଇଁଙ୍କ ସମ୍ପର୍କ କାହାଣୀ ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେଉଛି।