କଳାହାଣ୍ଡି ୮।୯: ବିଦ୍ୟୁତ୍ ତାର ଲାଗି ମାଆ-ଝିଅଙ୍କ ମୃତ୍ୟୁ l ମାଆଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଝିଅର ଜୀବନ । କପଡ଼ା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ମାଆ ଲଳିତା ନାଏକ l ମାଆଙ୍କୁ ବଞ୍ଚାଇବାକୁ ଯାଇ ଝିଅ ଶୀତଳ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ l ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି l

Also Read:- ଓଡ଼ିଶାରେ ବିରଳ ଓରାଙ୍ଗଓଟାନ୍, ମନ୍ତ୍ରୀ କହିଲେ- ଥାଇପାରେ ଆନ୍ତର୍ଜାତୀୟ ଲିଙ୍କ୍

କଳାହାଣ୍ଡି ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କରଲାସୁଡ଼ା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା l ମାଆ ଓ ଝିଅଙ୍କ ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖିଛନ୍ତି ପରିବାର ଲୋକେ l ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।