ଢେଙ୍କାନାଳ: ହଠାତ ମାଡ଼ି ଆସିଲା ବନ୍ୟା ପାଣି। ବାଟ ନପାଇ ଟାପୁ ଉପରକୁ ଚଢ଼ିଯାଇ ଫସିଗଲେ ୩୦ରୁ ଅଧିକ ଗୋରୁ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଗଁଦିଆ ବ୍ଲକ ଯୋରନ୍ଦା ନିକଟସ୍ଥ କାଲୁରିଆ ବ୍ରିଜ୍ ନିକଟରେ । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଗୋରୁଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ୩୦ରୁ ଅଧିକ ଗାଈଗୋରୁ ଚରିବା ପାଇଁ ବ୍ରାହ୍ମଣୀ ନଦୀ ଟାପୁକୁ ଯାଇଥିଲେ। ମାତ୍ର ହଠାତ ବନ୍ୟପାଣି ଆସିଯିବାରୁ ଗୋରୁମାନେ ଆଉ ଫେରି ପାଇନଥିଲେ ଏବଂ କାଳୁରିଆ ନିକଟରେ ଏକ ଟାପୁରେ ଫସି ରହିଥିଲେ। ତେବେ ଖବର ପାଇ ଗଁନ୍ଦିଆ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ ଗୋରୁଙ୍କୁ ସେଠାରୁ ଘଉଡ଼ାଇ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଛି।​​​​​​​

Also Read: ଯାଜପୁରରେ ବଢ଼ିଲା ବନ୍ୟା ଭୟ, ବିପଦ ସଂକେତ ଟପିଲା ବୈତରଣୀ​​​​​​​