ଭୁବନ ୧୭।୧୧: ଢେଙ୍କାନାଳ ଭୁବନରେ ପାତି ମାଙ୍କଡ ଆତଙ୍କ । କଲେଜ ପାଖରେ ଉତ୍ପାତ କରୁଛି ଉତପାତିଆ ପାତି । ଭୁବନ NAC ଓ୍ବାର୍ଡ-୨ର ବାଜିରାଉତ ସ୍ମୁତି ମହାବିଦ୍ୟାଳୟ ଛକରେ ଉତ୍ପାତ ମଚାଇଛି ପାତି ମାଙ୍କଡ ।

ପାତି ମାଙ୍କଡ ଆତଙ୍କରେ ଅତିଷ୍ଠ ହେଲେଣି ଅଞ୍ଚଳବାସୀ । କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଦୋକାନୀଙ୍କୁ ଆକ୍ରମଣ କରୁଛି । ଏପରିକି ପଥଚାରୀଙ୍କୁ ଗୋଡାଇ ଗୋଡାଇ କାମୁଡୁଥିବା ଅଭିଯୋଗ ହୋଇଛି । ଆଖପାଖରେ ରହୁଥିବା ୩୦ରୁ ଅଧିକ ପରିବାର ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି ।

Also Read:- ଶ୍ରୀକ୍ଷେତ୍ରରେ ଖଜା ପ୍ରସ୍ତୁତିକୁ ନେଇ ଆକ୍ସନ, ପୋଲିସ ଓ ମହାନଗର ନିଗମର ମିଳିତ ରେଡ୍

ଘଟଣାସ୍ଥଳକୁ ବନ ବିଭାଗର କର୍ମଚାରୀ ଆସି ବୁଲି ଦେଖି ଚାଲିଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତୁରନ୍ତ ମାଙ୍କଡ଼କୁ ନିୟନ୍ତ୍ରଣ କରି ଅଞ୍ଚଳବାସୀଙ୍କୁ ଆତଙ୍କରୁ ମୁକ୍ତି ଦେବାକୁ ଦାବି ହୋଇଛି । ସେପଟେ ରେଞ୍ଜର କହିଛନ୍ତି, ବର୍ତ୍ତମାନ ବନ ବିଭାଗ ହାତୀ ଘଉଡ଼ାଇବା କାର୍ଯ୍ୟରେ ବ୍ୟସ୍ତ ଅଛି । ସେହି କାମ ସରିବା ପରେ ମାଙ୍କଡ଼ ସମସ୍ୟା ଉପରେ ଦୃଷ୍ଟି ଦିଆଯିବ ।