ସାଲେପୁର: କଂଗ୍ରେସ ଯେଉଁ ସବୁ ରାଜ୍ୟରେ ହାରିଛି ସେ ରାଜ୍ୟରେ ପୁନର୍ବାର କ୍ଷମତାକୁ ଫେରିନାହିଁ। ଓଡ଼ିଶାରେ ଛଅ ଛଅ ଥର ହାରିଗଲାଣି। ଓଡ଼ିଶାରେ କଂଗ୍ରେସର ଆଉ ସମ୍ଭାବନା ନାହିଁ। କଂଗ୍ରେସ ଇତିହାସ ହୋଇ ଗଲାଣି। ସେଥିପାଇଁ ଓଡ଼ିଶାରେ ଓଡିଶା ଜନତା କଂଗ୍ରେସ ପାର୍ଟି ଗଢି ନୂତନ ଓଡିଶା ଗଢିବାକୁ ସଙ୍କଳ୍ପ ନେଇ କାର୍ଯ୍ୟକରୁଛି। କଟକ ସଦର ନିର୍ବାଚନୀ ମଣ୍ଡଳର କନ୍ଦରପୁର ଠାରେ ଓଡିଶା ଜନତା କଂଗ୍ରେସ ପାର୍ଟିର ମିଶ୍ରଣ ପର୍ବ ସହ ସଦସ୍ୟତା ଅଭିଯାନରେ ଯୋଗ ଦେବା ଅବସରରେ ଓଡିଶା ଜନତା କଂଗ୍ରେସ ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ମହମ୍ମଦ ମୋକିମ ଏହା କହିଛନ୍ତି।

ସୂଚନା ମୁତାବକ ଆଜି କଟକ ସଦର ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ କନ୍ଦରପୁର ଠାରେ ଓଡିଶା ଜନତା ଜଂଗ୍ରେସ ପାର୍ଟି ପକ୍ଷରୁ ମିଶ୍ରଣ ପର୍ବ ସହ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ମିଶ୍ରଣ ପର୍ବରେ ୫ ନମ୍ବର ଜୋନ ଓ ୭ ନମ୍ବର ଜୋନର କଂଗ୍ରେସର ଛାମୁଆ କର୍ମୀମାନେ ଓଡିଶା ଜନତା ପାର୍ଟିର ଯୋଗ ଦେଇଥିଲେ | ଯୋଗ ଦେଇଥିବା ନୂତନ କର୍ମୀମାନଙ୍କୁ ଓଜେସିର ପ୍ରତିଷ୍ଠାତା ମହମ୍ମଦ ମୋକିମ ଉତ୍ତରରୀୟ ଦେଇ ଦଳରେ ସାମିଲ କରିବା ସହ ସଦସ୍ୟତା ପ୍ରଦାନ କରିଥିଲେ |

Also Read: ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା-ଭତ୍ତା ପ୍ରସଙ୍ଗ: ଓଡ଼ିଶା ଗସ୍ତରେ ପାର୍ଲାମେଣ୍ଟ ଯୁଗ୍ମ କମିଟି, ବାଚସ୍ପତି ଓ ମନ୍ତ୍ରୀଙ୍କ ସହ କଲେ ଆଲୋଚନା

କଟକ ସଦରରେ ବିଜେଡିର ସ୍ଥିତି ନାହିଁ | କଂଗ୍ରସ କଥା ନ କହିବା ଭଲ। ଓଜେସି ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହି ଯୁବକ ମାନଙ୍କୁ ନେଇ ତାହାର ଶକ୍ତି ଦେଖାଇବ ବୋଲି ଉଦବୋଧନରେ ପ୍ରକାଶ କରିଥିଲେ ମୋକିମ | ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ପଦାଧିକାରୀ ମାନେ ଯୋଗ ଦେବା ସହ କଟକ ସଦର ଅଞ୍ଚଳର ଶତାଧିକ ଯୁବକ ଯୋଗ ଦେଇଥିଲେ |