ନୂଆଦିଲ୍ଲୀ, ୨୦ /୦୩:ଯୁଦ୍ଧ ଯୋଗୁ ପଶ୍ଚିମ ଏସିଆ ଅଶାନ୍ତ ହୋଇପଡ଼ିଥିବା ବେଳେ ଭାରତ ସରକାର ନିଜ ବୈଦେଶିକ କୂଟନୀତିକୁ ମଜବୁତ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୪ ଘଣ୍ଟାରେ ୫ଟି ଦେଶ ଯଥା ମାଲେସିଆ,ଓମାନ,କୁଏତ,ଫ୍ରାନ୍ସ ଓ ଜୋର୍ଡାନର ନେତାଙ୍କ ସହ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଗୁରୁବାର ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ଅବସରରେ ମୋଦି ତାଙ୍କୁ ଇଦ୍ ଉଲ୍- ଫିତରର ଶୁଭେଚ୍ଛା ଜଣାଇଛନ୍ତି । ଏହାପରେଏକ୍ସରେ ମୋଦି ଲେଖିଛନ୍ତି,ବନ୍ଧୁ ଅନୱର ଇବ୍ରାହିମଙ୍କ ସହ କଥା ହୋଇଛି । ପଶ୍ଚିମ ଏସିଆରେ ଜାରି ରହିଥିବା ସଙ୍କଟ ନେଇ ତାଙ୍କ ସହ ଆଲୋଚନା କରିଛି । ଆଲୋଚନା ଓ କୂଟନୀତି ଜରିଆରେ ଆଗୁଆ ଶାନ୍ତି ଓ ସ୍ଥିରତା ଆସିବା ନେଇ ଆମେ ଏକମତ ହୋଇଛୁ ।

ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କୁ ଫୋନ କରି ମଧ୍ୟପ୍ରାଚ୍ୟ ସ୍ଥିତି ସଂକ୍ରାନ୍ତରେ ଚର୍ଚ୍ଚା କରିଛନ୍ତି । ଗୁରୁବାର ସେ ଏହି ସୂଚନାଏକ୍ସରେ ଦେଇଛନ୍ତି । ମୋଦି କହିଛନ୍ତି,ପରିସ୍ଥିତିକୁ ଶାନ୍ତ କରିବା ଏବଂ ଆଲୋଚନା ଓ କୂଟନୀତି ରାସ୍ତାକୁ ଆପଣାଇବା ଉଚିତ । ଏହାଛଡ଼ା ମୋଦି ଓମାନର ସୁଲତାନ ହାଇଥମ୍ ବିନ୍ ତାରିକଙ୍କ ସହ ମଧ୍ୟ କଥା ହୋଇଛନ୍ତି ।

Also Read :- ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ, ୫୦ ଦେଶଙ୍କ ଲାଗି ବାଧ୍ୟତାମୂଳକ ହେଲା ଭିସା

ବୁଧବାର ମୋଦି କୁଏତର କ୍ରାଉନ ପ୍ରିନ୍ସ ଶେଖ ସବାହ ଅଲ-ଖାଲିଦ୍ ଅଲ-ହମଦ୍ ଅଲ-ମୁବାରକ ଅଲ୍-ସବାହଙ୍କ ସହ ଫୋନରେ କଥା ହୋଇଥିଲେ । ଏହି ସମୟରେ ସେ କ୍ରାଉନ ପ୍ରିନ୍ସଙ୍କୁ ଇଦର ଆଗୁଆ ଶୁଭକାମନା ଜଣାଇଥିଲେ । ଉଭୟ ନେତା ଇସ୍ରାଏଲ୍ ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଚର୍ଚ୍ଚା କରିଥିଲେ । ମୋଦି ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ ଫୋନରେ କଥା ହୋଇ ପଶ୍ଚିମ ଏସିଆ ସଂକଟ ନେଇ ଚର୍ଚ୍ଚା କରିଛନ୍ତି । ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପାଇଁ ଆଲୋଚନା ଓ କୂଟନୀତିକୁ ଫୋକସ ଲାଗି ଉଭୟ ଜୋର ଦେଇଛନ୍ତି ।