ସୁନ୍ଦରଗଡ଼ ୦୯।୦୭ : ସୁନ୍ଦରଗଡ଼ କୁତ୍ରାରେ ପୁଣି ଫୁଟିଲା ଗୁଳି। ଏକ ଚିପ୍ସ ବୋଝେଇ ହାଇୱା ଉପରକୁ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏହି ଗୁଳିମାଡ଼ କରିଛି । ସେନେଇ ଛାନ୍ଭିନ୍ ଆରମ୍ଭ କରିଛି ପୋଲିସ ।

ଗୁରୁବାର ଭୋର ପ୍ରାୟ ୩ ଟା ୨୦ ମିନିଟ୍ ହାଇଓ୍ବା ଉପରକୁ ଗୁଳିମାଡ଼ ହୋଇଥିବା ନେଇ କୁତ୍ରା ଥାନାରେ ଅଭିଯୋଗ ହୋଇଛି। ପଥର ଚିପ୍ସ ବୋଝେଇ ଏକ ହାଇୱା ଚାଳକ ବନାରସି ଓରାମ ଓ ଅମିତ ଲେହରି ଖତକୁରବାହାଲ ଗ୍ରାମ ପଟୁ କୁତ୍ରା ଆଡକୁ ଆସୁଥିଲୋ। ଦୁଇଟି ବାଇକରେ ପିଛା କରୁଥିବା ୪ ଜଣ ଦୁର୍ବୃତ୍ତ ଲିଟିବେଡା ଜଙ୍ଗଲ ରାସ୍ତାରେ ୫ ରାଉଣ୍ଡ ଗୁଳିମାଡ଼ କରିଥିଲେ। ହାଇୱା ଉପରେ ଗୁଳି ମାଡ ହେଉଥିବା ଜାଣିପାରି ଚାଳକ ଦ୍ରୁତ ଗତିରେ ସେଠାରୁ ପଳାଇ ଯାଇ ଜୀବନ ରକ୍ଷା କରିଥିଲେ। । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ୨ ଟି ଖୋକା ପଡିଥିବା ଦେଖିବାକୁ ମିଳିଛି।  ମାଲିକ ଅଭିଯୋଗ କରିଛନ୍ତି।