ଭୁବନେଶ୍ୱର ୧୧।୦୮ : ରାଜଧାନୀରୁ ନାବାଳକ ନିଖୋଜ । ଅଭିଯୋଗକୁ ୪ ଦିନ ବିତିଯାଇଥିଲେ ମଧ୍ୟ କୌଣସି ପତ୍ତା ମିଳିନାହିଁ । ନିଖୋଜ ନାବାଳଙ୍କ ନାମ ଧବଳେଶ୍ୱର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରାଜଧାନୀରୁ ଜଣେ ନାବାଳିକ ନିଖୋଜ ହୋଇଯାଇଛନ୍ତି । ଆଜକୁ ପ୍ରାୟ ୪ ଦିନ ହେବ ନାବାଳକଙ୍କର କୌଣସି ପତ୍ତା ମିଳିନାହିଁ । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ପଣ୍ଡାପାର୍କ ବସ୍ତିରେ ଘଟିଛି ଏହି ଘଟଣା। ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରୁ ଆସି ରାଜଧାନୀରେ ଥିବା ପଣ୍ଡାପାର୍କ ବସ୍ତିରେ ଅନେକ ବର୍ଷ ହେବ ଭଡ଼ାରେ ରହୁଛନ୍ତି । ଧବଳେଶ୍ୱରଙ୍କ ବାପା ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି । ମା ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ତେବେ ଗତ ୪ଦିନ ତଳେ ନିଖୋଜ ଧବଳେଶ୍ୱର ଡ୍ୟୁଟିରେ ଥିବା ବାପାଙ୍କୁ ଖାଇବା ପାଇଁ ଟିଫିନ୍ ଦେଇ ଘରକୁ ଫେରିଥିଲା । କିନ୍ତୁ ବାପା ଓ ମାଆ କାମରୁ ଘରକୁ ଫେରିବା ବେଳକୁ ପୁଅକୁ ଘରେ ପାଇଲେ ନାହିଁ । ଯାହାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି ଧବଳେଶ୍ୱରଙ୍କ ବାପା। ଏତଲାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ନାବାଳକଙ୍କର କୌଣସି ପତ୍ତା ମିଳିନାହିଁ ।

Also Read:-ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି, ମତ୍ସ୍ୟଜୀବୀ ମାଲେମାଲ୍

ଅନ୍ୟପଟେ ବାପା କହୁଛନ୍ତି ଯେ ମୋ ପୁଅକୁ କେହି ଅପହରଣ କରି ଦେଇଛନ୍ତି । ବର୍ତ୍ତମାନ ମା ଓ ବାପା ଦୁଃଖରେ ଭାଙ୍ଗି ପଡିଛନ୍ତି । ପୁଅର ଫଟୋକୁ ଧରି ଚାରିଆଡ଼େ ବୁଲି ପଚାରିଛନ୍ତି ଯେ ଆମ ପୁଅକୁ କେହି ଦେଖିଛନ୍ତି କି । ଏବେ ନିଖୋଜ ଧବଳେଶ୍ୱରର ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା ଓ ମାଆ ।