ଭୁବନେଶ୍ବର।କଟକ ୨୩।୬: ପରୀକ୍ଷା ଦ୍ବନ୍ଦ୍ବ ଦୂରକଲେ ମନ୍ତ୍ରୀ । ଆରଆଇ/ଅମିନ ପରୀକ୍ଷା ୨୮ ତାରିଖରେ ହେବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଓଟିଇଟି ପରୀକ୍ଷା ତାରିଖ ବଦଳାଇବା ନେଇ ଗଣଶିକ୍ଷା ବିଭାଗ ସହିତ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ଆରଆଇ/ଅମିନ ପରୀକ୍ଷା ଶେଷ ପର୍ଯ୍ୟାୟ ପରୀକ୍ଷା । ୧୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହା ୨୮ ତାରିଖରେ ହେବ । ଓଟିଇଟି ପରୀକ୍ଷା ତାରିଖ ବଦଳିବ, ଏନେଇ ଗଣଶିକ୍ଷା ବିଭାଗ ସହିତ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ କହିଥିଲେ ।

Also Read:- ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ସୁଶାନ୍ତ ସେଠୀ ନିଲମ୍ବିତ

ସେପଟେ ଓଟିଇଟି ପରୀକ୍ଷା ୨୦୨୬କୁ ଘୁଞ୍ଚାଇ ଦିଆଯାଇଛି । ଜୁଲାଇ ୫ ତାରିଖରେ ହେବ ପରୀକ୍ଷା । ପୂର୍ବରୁ ଜୁନ୍ ୨୮ ତାରିଖରେ ପରୀକ୍ଷା ହେବା ପାଇଁ ବାହାରିଥିଲା ନୋଟିଫିକେସନ୍ । ପେପର-୧ ପରୀକ୍ଷା ସକାଳ ୯ ରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ । ପେପର ୨ ପରୀକ୍ଷା ଦିନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ସୂଚନା ପ୍ରଦାନ କରିଛନ୍ତି ।