ନୂଆଦିଲ୍ଲୀ ୦୩।୦୬; ପୃଥିବୀର ଏପରି କିଛି ରହସ୍ୟ ଅଛି ଯାହାର ଭେଦ କେହି ବି କରିପାରିନାହାଁନ୍ତି। ଏଥିପାଇଁ ତ ଆମ ପୃଥିବୀ ବାକି ସବୁ ଗ୍ରହଠାରୁ ପୂରା ଅଲଗା । ସବୁଠି ପ୍ରତିଦିନ ସୂର୍ଯ୍ୟ ଆସେ ଯାଏ । କିନ୍ତୁ ଜାଣନ୍ତି କି ଦୁନିଆରେ ଏପରି ବି ସ୍ଥାନ ଅଛି ଯେଉଁଠି ମାସ ମାସ ଧରି ସୂର୍ଯ୍ୟ ଅସ୍ତ ହୁଏନି । ଏଠି ମଝି ରାତିରେ ବି ସୂର୍ଯ୍ୟ ଚମକେ । ପ୍ରକୃତିର ଏ ରହସ୍ୟ ଆଜି ବି ମଣିଷକୁ ଚକିତ କରେ । 

ସୂର୍ଯ୍ୟ ଆମ ସୃଷ୍ଟିର ଆଧାର, ଶକ୍ତି । ଗ୍ରହ ନକ୍ଷତ୍ରମାନଙ୍କର ରାଜା । ଏହା ଉଷ୍ମତା ସହ ଆଲୋକ ଓ ଜୀବନ ରକ୍ଷକ ଶକ୍ତି ଦିଏ । ଏହା ବିନା ବୃକ୍ଷ, ଲତା କି ମଣିଷ କେହି ତିଷ୍ଠିବା ଅସମ୍ଭବ । ଜୀବନର କଳ୍ପନା କରିବା ବି ଅସମ୍ଭବ । ପ୍ରତିଦିନ ସୂର୍ଯ୍ୟ ଆସେ ଯାଏ । କିନ୍ତୁ ଜାଣନ୍ତି କି ଦୁନିଆରେ ଏପରି ବି ସ୍ଥାନ ଅଛି ଯେଉଁଠି ମାସ ମାସ ଧରି ସୂର୍ଯ୍ୟ ଅସ୍ତ ହୁଏନି । ଏଠି ମଝି ରାତିରେ ବି ସୂର୍ଯ୍ୟ ଚମକେ । ଯେପରି ସନ୍ଧ୍ୟା ୫ଟା ହୋଇଛି । ଏହାକୁ କୁହାଯାଏ ମିଡ୍ ନାଇଟ୍ ସନ୍।

ପୃଥିବୀ ୨୩ . ୫ ଡିଗ୍ରି ଢ଼ଳିକି ରହିଛି । ଏହି ଢ଼ଳି ରହିବା କାରଣରୁ ଆର୍କଟିକ୍ ସର୍କଲ ଓ ଆଣ୍ଟାର୍କଟିକ୍ ସର୍କଲ ପାଖାପାଖି ଦେଶ ମାନଙ୍କରେ ବର୍ଷର କିଛି ମାସ ସୂର୍ଯ୍ୟ ଲଗାତାର ଦେଖାଦିଏ । ମାନେ ରାତି ମାସ ମାସ କରି ଗାଏବ ହୋଇଯାଏ । ଯାହାକୁ ବୈଜ୍ଞାନିକ କୁହନ୍ତି ’ Midnight Sun ।  ଏଭଳି ଏକ ଦେଶ ହେଉଛି ନରୱେ । ଏଠାରେ କ୍ରମାଗତ ୩ ମାସ ସୂର୍ଯ୍ୟ ଅସ୍ତ ହୁଏ ନାହିଁ । ତେଣୁ ଏହାକୁ Land of midnight sun ବୋଲି କୁହାଯାଏ । ମେ’ରୁ ନେଇ ଜୁଲାଇ ମଝି ଯାଏଁ ଏଠାରେ ୨୪ ଘଣ୍ଟା ସୂର୍ଯ୍ୟ ଚମକୁଥାଏ । ଖାସ୍ କରି ନରୱେର ସ୍ବାଲବାର୍ଡରେ ତ ସୂର୍ଯ୍ୟ ୪ ମାସ ଯାଏଁ ଅସ୍ତ ହୁଏନାହିଁ । ଏଠାରେ ରାତି ୨ଟାରେ ବି ଲୋକେ ବାହାରେ ସ୍ବାଭାବିକ ଭାବେ ବୁଲୁଥାନ୍ତି , ଖଳନ୍ତି ଆଉ କାମ ବି କରୁଥାନ୍ତି ।  

ଫିନଲ୍ୟାଣ୍ଡ : ଆଉ ଏକ ଦେଶ ହେଉଛି ଫିନଲ୍ୟାଣ୍ଡ । ଏଠି ଅଧ ରାତି ଯାଏଁ ହ୍ରଦ ନିକଟରେ ବସି ପ୍ରକୃତିକୁ ଉପଭୋଗ କରନ୍ତି ଲୋକେ । ଏଠାରେ ମେ ଶେଷରୁ ଜୁଲାଇ ଶେଷ ଯାଏଁ ୨୪ ଘଣ୍ଟା ଦିନ । କିଛି ଜାଗାରେ ତ ୭୦ ଦିନ ଲଗାତାର ସୂର୍ଯ୍ୟ ଦେଖାଯାଆନ୍ତି ।

ଆଇସଲ୍ୟାଣ୍ଡ : ଏଠାରେ ଥିବା ଛୋଟ ଛୋଟ ଦୀପରେ ତ ସୂର୍ଯ୍ୟ ତ ୨୪ ଘଣ୍ଟା ଧରି ଚମକେ । ଏହାଛଡ଼ା ଆଲାସ୍କାରେ ବି ମିଡ୍ ନାଇଟ୍ ସୂର୍ଯ୍ୟ ଦେଖାଯାଏ । କାନାଡ଼ାର ଉତ୍ତର ଦିଗରେ ଥିବା କିଛି ଇଲାକାରେ ଲଗାତାର କିଛି ଦିନ ଯାଏଁ ସୂର୍ଯ୍ୟ ଡୁବେନି । ଇନୁବିକ୍ ସହରରେ ଲଗାତାର ୫୦ ଦିନ ଯାଏଁ ସୂର୍ଯ୍ୟ ଡୁବେନି । ଏହା ବ୍ୟତୀତ ଋଷର ସାଇବେରିଆରେ ଜୁଲାଇ ମଝି ସମୟରେ ସୂର୍ଯ୍ୟ ଲଗାତାର କିଛି ଦିନ ଡୁବେନି । ଏ ସବୁର ତତ୍ତ୍ବ ବୁଝିବି ବୁଝିହୁଏନା । ପ୍ରକୃତିର ଏ ରହସ୍ୟ ସବୁବେଳେ ମଣିଷକୁ ଆକୃଷ୍ଟ କରି ରଖିଛି ।

Also Read-୬.୨ ମିଲିୟନ ଡଲାର ମୂଲ୍ୟର ଚର୍ଚ୍ଚିତ 'କଦଳୀ' ହେଲା ଚୋରି, ଅପରାଧିକ ମାମଲା ରୁଜୁ