MI vs CSK: ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଗର୍ଜିଲା ସଞ୍ଜୁ ସାମସନଙ୍କ ବ୍ୟାଟ୍। ତାଙ୍କର ବିସ୍ଫୋରକ ୧୦୧ ରନର ଶତକ ବଳରେ ୬ ଓ୍ଵିକେଟ୍ ହରାଇ ୨୦୭ ରନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ସଞ୍ଜୁଙ୍କ ବ୍ୟତୀତ ଅନ୍ୟ ବ୍ୟାଟର କିଛି ଖାସ୍ ପ୍ରଦର୍ଶନ କରି ପାରି ନାହାନ୍ତି। ତେଣୁ ଚେନ୍ନାଇ ୨୦୭ ରନ କରିବା ସହ ମୁମ୍ବାଇ ସାମ୍ନାରେ ରହିଛି ୨୦୮ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ମୁମ୍ବାଇ ପକ୍ଷରୁ ଆଲ୍ଲା ଗଜନଫର ଶାଣିତ ବୋଲିଂ କରି ୪ ଓଭରରେ ୨୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଉଲ୍ଲେଖନୀୟ ଚଳିତ ସିଜିନରେ ସଞ୍ଜୁ ସାମସନଙ୍କ ଏହା ଦ୍ଵିତୀୟ ଶତକ। ମୋଟାମୋଟି ଏହି ଟୁର୍ଣ୍ଣାମେଣ୍ଟରେ ଏହା ତାଙ୍କର ପଞ୍ଚମ ଶତକ।

Updating...