ନୂଆଦିଲ୍ଲୀ, ୨୦|୦୭: ସରିଛି ଫିଫା ବିଶ୍ୱକପ୍ ୨୦୨୬ । ଚାମ୍ପିଅନ୍ ହୋଇଛି ସ୍ପେନ୍ । ଧୂଳିସାତ ହୋଇଛି ଆର୍ଜେମ୍ଟିନାର ସ୍ୱପ୍ନ । ତେବେ ଫାଇନାଲ୍ ମ୍ୟାଚ ପୂର୍ବରୁ ଲିଓନେଲ ମେସି ଆର୍ଜେଣ୍ଟିନାବାସୀଙ୍କୁ ଏକ ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି। ତାଙ୍କର ଏହି ଚିଠି ସମଗ୍ର ଆର୍ଜେଣ୍ଟିନା ଓ ଏହାର ସମର୍ଥକଙ୍କୁ ଗୋଟିଏ ପରିବାରରେ ବାନ୍ଧି ଦେଇଛି।

ମେସିଙ୍କ ଚିଠି

ମେସି ଚିଠିରେ ଲେଖିଛନ୍ତି ଯେ, କେବଳ ବିଶ୍ୱକପ ଟାଇଟଲ ପାଇଁ ଲଢ଼େଇ କରିବା ବିଗତ ୪ବର୍ଷର ସବୁଠୁ ସୁନ୍ଦର ଘଟଣା ନଥୁଲା, ବରଂ ସମ୍ପୂର୍ଣ୍ଣ ଯାତ୍ରା ହିଁ ସୁନ୍ଦର ଓ ସ୍ମରଣୀୟ ରହିଥିଲା। ଆମେ ବିଗତ ବର୍ଷ ଗୁଡ଼ିକରେ ଆମ ଦୈନନ୍ଦିନ ଜୀବନର ପ୍ରତିଟି ମିନିଟକୁ ପରସ୍ପର ସହ ବାଣ୍ଟିଛୁ, ଏକାଠି ସଂଘର୍ଷ କରିଛୁ, ପ୍ରତ୍ୟେକ କଠିନ ପରିସ୍ଥିତିରେ ପରସ୍ପର ସହ କାନ୍ଧ ମିଳାଇ ଛିଡ଼ା ହୋଇଛୁ ଓ ପ୍ରତ୍ୟେକ ମୁହୂର୍ତ୍ତର ଆନନ୍ଦ ଉଠାଇଛୁ। ମୋର ପ୍ରତ୍ୟେକ ସାଥୀ ଖେଳାଳି, କୋଚିଂ ଟିମ୍ ଓ ଏହି ଦଳକୁ ଏକ ପରିବାର ଭଳି ବାନ୍ଧି ରଖିବା ପାଇଁ ଅବିରତ କାର୍ଯ୍ୟ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି।

Also Read :- ସ୍ପେନ୍ ଫିଫା-୨୦୨୬ ଚାମ୍ପିଅନ୍, ଭାଙ୍ଗିଲା ଆର୍ଜେଣ୍ଟିନାର ସ୍ୱପ୍ନ, କାମ ଦେଲାନି ମେସି ମ୍ୟାଜିକ୍

ଫାଇନାଲ୍ ମ୍ୟାଚର ଫଳାଫଳ ଯାହାବି ହେଉ ନା କାହିଁକି ଆମର ଏହି ଦଳ ବିଶ୍ୱକପ୍ ଯାତ୍ରାର ଏଭଳି ଏକ କାହାଣୀ ଲେଖୁଛି, ଯାହାକୁ ଆମେ କେବେ ଭୁଲି ପାରିବୁ ନାହିଁ କିମ୍ବା କେହି ଆମ ଇତିହାସ ପୃଷ୍ଠାରୁ ଏହି କାହାଣୀକୁ ଲିଭାଇ ପାରିବେ ନାହିଁ । ଏହାସହ ସେ ଶେଷରେ ଭାମୋସ, ଆର୍ଜେଣ୍ଟିନା ବୋଲି ଲେଖିଛନ୍ତି।