ନୂଆଦିଲ୍ଲୀ: ମେରିୟମ୍-ୱେବଷ୍ଟର 'SLOP'କୁ ୨୦୨୫ ପାଇଁ ୱାର୍ଡ ଅଫ୍ ଦ ଇୟର ଚୟନ କରିଛି । ଭୟଭୀତ, ଅଜବ ଓ ନକଲି କଣ୍ଟେଣ୍ଟକୁ ପ୍ରାୟତଃ ସ୍ଲପ୍ ବୋଲି କୁହାଯାଇଥାଏ । ଏଆଇ ଆସିବା ପରେ ଭାଷା କିପରି ବଦଳୁଛି, ଏହି ଶବ୍ଦର ଚୟନ ଏହା ଉପରେ ଜୋର ଦେଉଛି । ଏହି ଶବ୍ଦ ଘୋଷଣା କରାଯିବା ପୂର୍ବରୁ ଆସୋସିଏଟେଡ୍ ପ୍ରେସ୍ ସହ ଏକ ସାକ୍ଷାତକାରରେ ମେରିୟମ-ୱେବଷ୍ଟର ଅଧ୍ୟକ୍ଷ ଗ୍ରେଗ ବାର୍ଲି କହିଥିଲେ, "ଏହା ଏକ ବହୁତ ଭଲ ଶବ୍ଦ ।" ଏହି ପରିବର୍ତ୍ତନ ଆଗାମୀ ଦିନରେ ବୈଷୟିକ, କୃତିମ ବୃଦ୍ଧିମତା (ଏଆଇ)ର ଅଂଶ ହେବ ଓ ଲୋକେ ଏହାକୁ ସାମନ୍ୟ କୌତୁହଳ, ଚିନ୍ତିତ ଓ ଅଜବ ବୋଲି କହିଥିଲେ ।

SLOPର ବ୍ୟବାହର ପ୍ରଥମ ଥର ପାଇଁ ୧୭୦୦ ଦଶନ୍ଧିରେ ନରମ ମାଟି ପାଇଁ ବ୍ୟବହାର କରାଯାଇଥିଲା । କିନ୍ତୁ ଏହା ସାଧାରଣତଃ କମ ମୂଲ୍ୟର ସାମଗ୍ରୀ ପାଇଁ ପରେ ବିକଶିତ ହେଲା । ସେବେଠାରୁ ଏହାର ଅର୍ଥ “କମ୍ କ୍ୱାଲିଟିର ଡିଜିଟାଲ୍ କଣ୍ଟେଣ୍ଟ, ଯାହା ସାଧାରଣତଃ କୃତିମ ବୁଦ୍ଧିମତା ଜରିଆରେ ବହୁ ମାତ୍ରାରେ କରାଯାଇଥାଏ” ରୂପେ ହୋଇଛି ।

ସୋରା ଭଳି ଏଆଇ, ଭିଡିଓ ତିଆରି କରୁଥିବା ପ୍ଲାଟଫର୍ମର ଟେକ୍ସଟ୍ ପ୍ରମ୍ପ୍ଟ ଉପରେ ଆଧାରିତ କ୍ଲିପ୍ ଶୀଘ୍ର ପ୍ରସ୍ତୁତ କରିବାର କ୍ଷମତା ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ ସୋସିଆଲ୍ ମିଡିଆ ଏପରି ଫଟୋର ଭର୍ତ୍ତି ରହିଛି, ଯେଉଁଥିରେ ସେଲିବ୍ରିଟିଙ୍କ କ୍ଲିପକୁ ବହୁ ମାତ୍ରାରେ ସାମିଲ କରାଯାଉଛି । ଏହା ଭୁଲ ସୂଚନା, ଡିପ୍ ଫେକ୍ ଏବଂ କପିରାଇଟ୍ ବିଷୟରେ ଚିନ୍ତା ସୃଷ୍ଟି କରିଛି । ଏପରି ବିଷୟବସ୍ତୁ ବର୍ଷ ବର୍ଷ ଧରି ଅନଲାଇନରେ ରହିଛି, କିନ୍ତୁ ଏହି ଟୁଲ୍‌ଗୁଡ଼ିକ ବର୍ତ୍ତମାନ ଅଧିକ ସହଜରେ ଉପଲବ୍ଧ ହେଉଛି । ପେଣ୍ଟାଗନ୍ ମୁଖ୍ୟଙ୍କ ସମେତ ଅନ୍ୟମାନେ ମଧ୍ୟ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିଛନ୍ତି ।

ମେରିୟମ୍-ୱେବଷ୍ଟର ସଭାପତି କହିଛନ୍ତି ଯେ ଏହି ଶବ୍ଦ ସନ୍ଧାନର ବୃଦ୍ଧି ଦର୍ଶାଉଛି ଯେ ଲୋକମାନେ ନକଲି କିମ୍ବା ନିମ୍ନମାନର ବିଷୟବସ୍ତୁ ବିଷୟରେ ଅଧିକ ସଚେତନ ହୋଇଛନ୍ତି ଏବଂ ଏହାର ଓଲଟା କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି, "ସେମାନେ ପ୍ରକୃତ ଏବଂ ସଠିକ୍ ବସ୍ତୁ ଚାହାନ୍ତି । ଯେତେବେଳେ AI କଥା ଆସେ, ଏହା ପ୍ରାୟ ଏକ ବିଦ୍ରୋହୀ ଶବ୍ଦ । ଯେତେବେଳେ ମଣିଷର ସୃଜନଶୀଳତାର ସ୍ଥାନ ନେବା କଥା ଆସେ, ଅନେକ ସମୟରେ ଏଆଇ ପ୍ରକୃତରେ ସ୍ମାର୍ଟ ମନେ ହୁଏ ନାହିଁ ।"

୨୦୦୩ ମସିହାରୁ ଏହି ଡିକ୍ସନରୀ ପ୍ରତିବର୍ଷ ଏକ ଶବ୍ଦ ବାଛି ଆସୁଛି । ଏହା ଜରିଆରେ ବର୍ତ୍ତମାନର ପରିସ୍ଥିତିକୁ ବୁଝାଯାଇପାରିବ ଓ ଏହା ଅର୍ଥ ବୁଝାଯାଇପାରିବ । ଗତ ବର୍ଷ, ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ମେରିୟମ୍-ୱେବଷ୍ଟର "ପୋଲରାଇଜେସନ" ଶବ୍ଦକୁ ବାଛିଥିଲେ ।