କଟକ ୨।୩: ମେ’ ମାସରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ମେ' ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି । ଆସନ୍ତା ୧୯ରୁ ସବଜେକ୍ଟିଭ ଖାତା ଦେଖା ଆରମ୍ଭ ହେବ ।

ଏ ଖବର ବି ପଢ଼ନ୍ତୁ:- ବୋମାରେ ଉଡ଼ାଇଦେବୁ ସମ୍ବଲପୁର କୋର୍ଟ, ଧମକ ପରେ ଆକ୍ସନ ମୋଡ୍‌ରେ ପୋଲିସ

ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ, ମାଟ୍ରିକ୍ OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି । ଆସନ୍ତା ୧୯ରୁ ସବଜେକ୍ଟିଭ୍ ଖାତା ଦେଖା ଆରମ୍ଭ ହେବ । ମୋଟ୍ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ ହେବେ ।

ଏ ଖବର ବି ପଢ଼ନ୍ତୁ:- ଦୁବାଇ ଛାରଖାର, ସବୁ ଧ୍ୱଂସ : ସାଟେଲାଇଟ ଫଟୋରୁ ଆସିଲା ଭୟଙ୍କର ଚିତ୍ର

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୧୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା । ମାର୍ଚ୍ଚ ୨ ତାରିଖରେ ପରୀକ୍ଷା ଶେଷ ହୋଇଛି । ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ହୋଇଥିଲା । ପ୍ରାୟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ମୋଟ୍ ୩ ହଜାର ୮୨ଟି ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଲାଗି ଅତିରିକ୍ତ ୫୦ ମିନିଟ୍ ସମୟ ଦିଆଯାଇଥିଲା ।