ମୁମ୍ଵାଇ ୦୩।୦୧; ମାଲେସିଆର ଜଣେ ୨୯ ବର୍ଷୀୟ ଅଭିନେତ୍ରୀଙ୍କୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯିଏ ଜଣେ ଧନୀ ବ୍ୟକ୍ତିଙ୍କ ତୃତୀୟ ପତ୍ନୀ ହେବାକୁ ମନା କରିଦେଇଥିଲେ। ଯିଏ ତାଙ୍କୁ ଘର, ଗାଡ଼ି ଏବଂ ୧୦ ଏକର ଜମି ଦେବାକୁ ପ୍ରସ୍ତାବ ଦେଇଥିଲେ। ଆସନ୍ତୁ ତାଙ୍କ ବିଷୟରେ…

ମାଲେସିଆ ଅଭିନେତ୍ରୀ ଏବଂ ପୂର୍ବତନ ବ୍ୟୁଟି କ୍ଵିନ୍ ଏମି ନୁର ଟିନିଙ୍କ ସମ୍ପର୍କରେ ରିପୋର୍ଟ ଆସୁଛି ଯେ, ଜଣେ ଧନୀ ବ୍ୟକ୍ତି ତାଙ୍କୁ ତୃତୀୟ ପତ୍ନୀ କରିବାକୁ ଚାହୁଁଥିଲେ। ସେ ତାଙ୍କୁ କୋଟି କୋଟି ଟଙ୍କା ମୂଲ୍ୟର ୧୦ ଏକର ଜମି, ଗାଡ଼ି, ଘର ଏବଂ ୧.୧ ଲକ୍ଷ ଟଙ୍କା ମଧ୍ୟ ନଗଦ ଦେବାକୁ ପ୍ରସ୍ତୁତ ଥିଲେ। ହେଲେ ଅଭିନେତ୍ରୀ ତାଙ୍କ ଲୋଭରେ ପଡିନଥିଲେ। ଏବଂ ତାଙ୍କ ତୃତୀୟ ପତ୍ନୀ ହେବାକୁ ସିଧାସଳଖ ମନା କରିଦେଲେ। ଏନେଇ ସେ ନିଜେ ଏହା ପ୍ରକାଶ କରିଛନ୍ତି।

ନିକଟରେ ଏମି ନୁର ଟିନି ଡିସେମ୍ବର ୨୫ ତାରିଖରେ ଏକ ପଡକାଷ୍ଟରେ ଏହା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସେହି ବ୍ୟକ୍ତି ମାଲେସିଆରେ ଜଣେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପାୱାରଫୁଲ୍ ବ୍ୟକ୍ତି ଥିଲେ। ଯାହାକୁ VVIP କୁହାଯାଏ। ଏମିଙ୍କ ଅନୁଯାୟୀ, ସେହି ବ୍ୟକ୍ତି ତାଙ୍କୁ ଏକ ବଡ଼ ଘର, ବଡ ଗାଡ଼ି, ୧୦ ଏକର ଜମି ଏବଂ ମାସିକ ପ୍ରାୟ ୧୧ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ସେହି ପଡକାଷ୍ଟରେ, ଏମି କହିଥିଲେ ଯେ ସେ କାହିଁକି ତାଙ୍କୁ ବିବାହ କରିବାକୁ ମନା କରିଥିଲେ। ସେହି ବ୍ୟକ୍ତି ତାଙ୍କ ପିତାଙ୍କ ବୟସର ଏବଂ ଏମି ୨୯ ବର୍ଷ ବୟସର। ତାଙ୍କୁ ପୂର୍ବରୁ ଅନେକ ଥର ସମାନ ପ୍ରସ୍ତାବ ମିଳିଛି, କାରଣ ସେ କର୍ପୋରେଟ୍ ଇଭେଣ୍ଟରେ କାମ କରନ୍ତି।

ଏମି ଆହୁରି କହିଥିଲେ ଯେ ଏହି ପ୍ରସ୍ତାବ ବହୁତ ଅଜବ ଲାଗିଥିଲା। ଏହି ଘଟଣାଟି ୨୦୧୯ରେ ଘଟିଥିଲା, ଯେତେବେଳେ ସେ ୨୩ ବର୍ଷ ବୟସର ଥିଲେ। ସେ ବ୍ୟୁଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ ଏବଂ ସେହି ସମୟରେ ସ୍ପନସରସିପ୍ ଖୋଜୁଥିଲେ। ସେହି ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ତାଙ୍କର ତୃତୀୟ ପତ୍ନୀ ହେବାର ସର୍ତ୍ତ ରଖିଥିଲେ। ହେଲେ ସେ ସିଧାସଳଖ ମନା କରିଦେଲେ, ଏବଂ ଏମି ତାଙ୍କ ମାଆଙ୍କୁ ଏହା ବିଷୟରେ କହିଥିଲେ। ତାଙ୍କ ମାଆ କହିଥିଲେ ଯେ ସେ ତାଙ୍କ ଝିଅକୁ କାହାକୁ ବିକ୍ରି ହେବାକୁ ଦେବେ ନାହିଁ, ଏବଂ ଉଭୟେ ଅଫରକୁ ମନା କରିଦେଇଥିଲେ।

କହିବାକୁ ଗଲେ ଏମି ନୁର ଟିନି ମାଲେସିଆର ଜଣେ ପ୍ରତିଭାବାନ ଅଭିନେତ୍ରୀ। ସେ ଆକ୍ଟ୍ରେସ୍ ହେବା ସହ ଲୋକପ୍ରିୟ ହୋଷ୍ଟ ମଧ୍ୟ । ଏହା ସହ ସେ ଅନେକ ଟେଲିଭିଜନ ଶୋ’ରେ ନଜର ଆସିଛନ୍ତି । ଏମିଙ୍କୁ ବର୍ତ୍ତମାନ ୨୯ ବର୍ଷ । ସେ ଜଣେ ଉଦ୍ୟୋଗୀ ଏବଂ ଏକ ସେଲୁନ୍ ଏବଂ ସ୍ପା ବ୍ୟବସାୟ ଚଳନ୍ତି।