ରାଉରକେଲା: ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ବଡ଼ ଧରଣରେ ମାଓ ଅପରେସନରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି । ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୧୫ ମାଓବାଦୀ ନିହତ । ନିହତ ମଧ୍ୟରେ ଅଛି ମୋଷ୍ଟ ୱାଣ୍ଟେଡ୍ ମାଓନେତା ପତିରାମ ମାଝୀ । ପତିରାମ ମୁଣ୍ଡରେ ଏକ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଓଡ଼ିଶା ସରକାର ।

ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲର ଥାଲକୋବାଗ ,ରେଢ଼ା ସହ କିରିବୁର ଅଚଂଳରେ ଟପ ମାଓନେତା ମିଶ୍ରି ବେସରା ତାର ଟିମ ସହ ଅଞ୍ଚଳରେ ଲୁଚି ରହିଥିବା ସୁରକ୍ଷା କର୍ମୀଙ୍କ ଜାଣିବାକୁ ପାଇଥିଲେ । ସିଆରପିଏଫ ,କୋବ୍ରା ସହ ଝାଡ଼ଖଣ୍ଡ ଜାଗୁଆର ପୋଲିସ ମିଳିତ ଭାବରେ ଆରମ୍ଭ କରିଦେଇଥିଲେ ସର୍ଚ୍ଚ ଅପରେସନ । ଗୁରୁବାର ଭୋରରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳି ପଡ଼ିରେ ୧୫ ମାଓବାଦୀ । ନିହତ ୧୫ ଜଣଙ୍କ ମଧ୍ୟରେ ଅଛି ମୋଷ୍ଟ ୱାଣ୍ଟେଡ୍ ମାଓନେତା ପତିରାମ ମାଝୀ । ତେବେ ଏହି ଏକାଉଣ୍ଟରରେ ଟପ୍ ମାଓନେତା ମିଶ୍ରି ବେସରା ଖସି ପଳାଇବାରେ ସଫଳ ହୋଇଛି । ସୁରକ୍ଷା କର୍ମୀ ଏବେବି ସରଣ୍ଡା ଜଙ୍ଗଲକୁ ଘେରାବନ୍ଦୀ କରିଛନ୍ତି । ଏପଟେ ସୀମା ପାର ହୋଇ ରାଉରକେଲା ପୋଲିସ ଜିଲ୍ଲା ସହ କେନ୍ଦୁଝର ଜିଲ୍ଲାକୁ ଯେପରେ ମାଓବାଦୀ ପ୍ରବେଶ ନକରନ୍ତି ସୀମାରେ ହାଇ ଆର୍ଲଟ ଜାରି ହେବା ସହ ସୁରକ୍ଷାକର୍ମୀ ଜଗି ରହିଛନ୍ତି ।