ନୂଆଦିଲ୍ଲୀ ୨୨।୦୨;  ଗୁରୁଗ୍ରାମରୁ ଏକ ଛାତି ଥରା ଛାତିଥରା ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିବାହର ପ୍ରତିଶ୍ରୁତି ଦେଇ ଜଣେ ୧୯ ବର୍ଷୀୟା ବାୟୋଟେକ୍ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଇଛି ଲିଭ୍-ଇନ୍ ପାର୍ଟନର । ଅଭିଯୁକ୍ତ ଶିବମ୍‌ର କ୍ରୂରତା ଏମିତି ଥିଲା ଯେ, ସେ ଯୁବତୀଙ୍କ ପ୍ରାଇଭେଟ୍‌ ପାର୍ଟରେ ସାନିଟାଇଜର ଢାଳି ନିଆଁ ଲଗାଇବାକୁ ମଧ୍ୟ ପଛାଇ ନାହିଁ । ପୀଡିତା ଏବେ ଗୁରୁଗ୍ରାମ ପୋଲିସରେ ବୟାନ ଦାଖଲ କରିବା ସହ ଅତ୍ୟାଚାରକୁ ବର୍ଣ୍ଣନା କରିଛନ୍ତି।

ତ୍ରିପୁରାର ଏହି ଛାତ୍ରୀ ଜଣକ ଗୁରୁଗ୍ରାମର ଏକ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଗତବର୍ଷ ଏକ ସୋସିଆଲ ମିଡିଆ ଆପ୍ ଜରିଆରେ ତାଙ୍କର ବନ୍ଧୁତା ଶିବମ୍‌ଙ୍କ ସହ ହୋଇଥିଲା । ବନ୍ଧୁତାରୁ ପ୍ରେମ ଆଉ ପରେ ଦୁହେଁ ଲିଭ୍-ଇନ୍‌ରେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ, କିଛି ଦିନ ପରେ ବିବାହକୁ ନେଇ ଯୁକ୍ତିତର୍କ ହୋଇଥିଲା । ହେଲେ ଶିବମ୍‌ ଯୁବତୀଙ୍କ ଚରିତ୍ରକୁ ନେଇ ଖୁବ୍‌ ସନ୍ଦେହ କରୁଥିଲେ ।  ହେଲେ ସେ ନିଷ୍ଠୁରତାର ସମସ୍ତ ସୀମା ପାର କରି ତାଙ୍କୁ ଏତେ ମାତ୍ରାରେ ନିଯ୍ୟାତନା ଦେଲେ ସେ ଗୁରୁତର ଅସୁସ୍ଥ ହୋଇଗଲେ।

​​​​​​​

ଅଭିଯୁକ୍ତ ଶିବମ୍ ଫେବୃଆରୀ ୧୬ରୁ ଯୁବତୀଙ୍କୁ ବନ୍ଦୀ କରି ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା । ପୋଲିସ ନିକଟରେ ପୀଡ଼ିତା ଦେଇଥିବା ବୟାନ ଅନୁଯାୟୀ ଷ୍ଟିଲ୍ ବୋତଲରେ ମୁଣ୍ଡକୁ ପିଟିବା ସହ କାନ୍ଥ ଓ ଘରେ ଥିବା ଫର୍ଣ୍ଣିଚରରେ ମୁଣ୍ଡ ବାଡ଼େଇ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ କରିଦେଇଥିଲା । ଶେଷରେ ତାଙ୍କ ମନ ଶାନ୍ତି ହେଲାଣି ଯେ ସେ ପ୍ରାଇଭେଟ୍ ପାର୍ଟରେ ସାନିଟାଇଜର ପକାଇ ନିଆଁ ଲଗାଇ ଦେଇଥିଲା ଏବଂ ହାତ, ଗୋଡ଼ରେ ଛୁରାମାଡ଼ କରିବା ସହ ତାଙ୍କ ଉପରେ ପରିସ୍ରା କରିବା ପରେ ସେହି ପରିସ୍ରାକୁ ତାଙ୍କୁ ପିଇବାକୁ ଦେଇଥିଲେ। ଏତିକି ହିଁ ନୁହେଁ ଯୁବତୀଙ୍କୁ ନଗ୍ନ କରି ଭିଡିଓ ପ୍ରସ୍ତୁତ କରିବା ସହ "ତୁ କେବେ ମା' ହୋଇପାରିବୁନି କି ଚାଲି ପାରିବୁନି" କହି ଧମକ ଦେଇଥିଲା ।

ଗୁରୁବାର ରାତିରେ ଯେତେବେଳେ ଶିବମ୍ ଯୁବତୀଙ୍କୁ ମାରୁଥିଲା, ଠିକ୍ ସେତିକିବେଳେ ଯୁବତୀଙ୍କ ମା’ ଙ୍କ ଫୋନ୍ ଆସିଥିଲା । ଫୋନ୍‌ରେ ଝିଅର କାନ୍ଦ ଓ ଚିତ୍କାର ଶୁଣି ମା’ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପାଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଶିବମ୍‌କୁ ଗିରଫ କରିଛି । ତାଙ୍କ ବିରୋଧରେ ବିଭିନ୍ନ ଗୁରୁତର ଧାରାରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଯୁବତୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ଅଧିକ ପଢନ୍ତୁ- ଭାରତରେ ହୋଇଥାନ୍ତା ବଡ ଧରଣର ଆକ୍ରମଣ, ଧରା ପଡିଲେ ୮ ସନ୍ଦିଗ୍ଧ ଆତଙ୍କବାଦୀ