ମୁମ୍ବାଇ, ୨୧/୦୮ : ଘରେ ଏକା ଥିଲେ ମହିଳା । ସୁଯୋଗ ଖୋଜୁଥିଲେ ଜଣେ ବ୍ୟକ୍ତି । ମନକୁ ଆସିଲା ପାପ । କିନ୍ନର ବେଶରେ ଘରେ ପହଁଚିଲେ । ଘର ଭିତରକୁ ଗଲା ପରେ ମହିଳାଙ୍କୁ ଦୁଷ୍କର୍ମ କଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରୀୟ ମୁମ୍ବାଇର ପୋଓ୍ୱାଇ ଅଞ୍ଚଳରେ । ଘଟଣାରେ ପୋଲିସ ୨୮ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଜଣଙ୍କ ହେଲେ ଅନୀଲ ଶେଷରାଓ ସିନ୍ଦେ । ସେ ଗତ ଅଗଷ୍ଟ ୧୮ ତାରିଖରେ ଏକ ଘରେ ପ୍ରବେଶ କରିଥିଲେ । ଘରେ ପସିଲା ପରେ ସିଧା ସଳଖ ବେଡ୍ ରୁମକୁ ଯାଇଥିଲେ । ଘରେ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଆକ୍ରମଣ କରିଥିଲେ । ଏନେଇ ପୋଓ୍ୱାଇ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା ।

ତେବେ ପୋଲିସ ସିସିଟିଭି ଯାଞ୍ଚ କରିବା ପରେ ସମସ୍ତ ସତ ପଦାକୁ ଆସିଥିଲା । ସିସିଟିଭିରୁ ଅଭିଯୁକ୍ତଙ୍କୁ ଟ୍ରାକ୍ କରାଯାଇଥିଲା । ସେ ଏକ ଶାଢି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଘଟଣା ଭିଆଇବା ପରେ ଏକ ଅଟୋରେ ଫେରାର ହୋଇଯାଇଥିଲା । ଶେଷରେ ଥାନାରେ ଥିବା ଏକ ବସ୍ତିରୁ ତାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ।

Also Read :- ଗୋଟିଏ ମ୍ୟାଚରେ ଖରାପ ପ୍ରଦର୍ଶନ, ଦ୍ୱିତୀୟ ଟେଷ୍ଟରୁ ଆଉଟ୍ ହେବେ କୂଲଦୀପ...ଗମ୍ଭୀରଙ୍କ ବଡ଼ ପ୍ଲାନ୍ !

ପୋଲିସର କହିବାନୁସାରେ, ବ୍ୟକ୍ତି ଜଣଙ୍କ ଭିକ୍ଷା ମାଗି ଚଳନ୍ତି । ନିଜକୁ ସେ କିନ୍ନର ବୋଲି କୁହନ୍ତି । ଯାହା ମିଛ । ଏସବୁରୁ ବର୍ତ୍ତିବା ପାଇଁ ସଚେତନ ରହିବାକୁ ଜନତାଙ୍କୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।