କଲମ୍ବୋ, ୨୧/୦୮ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଜିତି ନେଇଛି । ଦ୍ୱିତୀୟ ମୁକାବିଲା ଉପରେ ଭାରତ ଲକ୍ଷ୍ୟ ରଖିଛି । ଯାହା ଆସନ୍ତା ୨୩ ତାରିଖରେ ଖେଳାଯିବ । ଗାଲେରେ ଦଳ ୧୬୫ ରନରେ ଘରୋଇ ଟିମକୁ ପରାସ୍ତ କରିଥିଲା । ଏଙାସହ ସିରିରେ ୧-୦ରେ ଆଗୁଆ ରହିଛି । ଗିଲ୍ ବାହିନୀ ଦ୍ୱିତୀୟ ମୁକାବିଲା ଜିତି ସିରିଜ୍ କବଜା କରିବାକୁ ଟାର୍ଗେଟ୍ ରଖିଛି ।

ଦ୍ୱିତୀୟ ମୁକାବିଲା ପୂର୍ବରୁ ଭାରତୀୟ ସ୍ପିନରଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ୩୩ ବର୍ଷୀୟ ଅଲରାଉଣ୍ଡର ସାରାଂଶ ଜୈନ ଭାରତୀୟ ସିନିୟର ଟିମରେ ଡେବ୍ୟୁ କରିପାରନ୍ତି । ତାଙ୍କୁ ଦ୍ୱିତୀୟ ମୁକାବିଲା ପାଇଁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ଭାରତର ଏବେ ସ୍ପିନ୍ ଭାର କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଜେଡା ସମ୍ଭାଳୁଛନ୍ତି । କୂଲଦୀପ ହେଉଛନ୍ତି ବାମହାତୀ ବୋଲର । ଗାଲେରେ ସେ ଏତେ ପ୍ରଭାବୀ ସାବ୍ୟସ୍ତ ହୋଇନଥିଲେ । ତେଣୁ ତାଙ୍କ ଜାଗାରେ ସାରାଂଶଙ୍କୁ ସାମିଲ କରାଯିବା ନେଇ ମତ ଦେଉଛନ୍ତି ଅନେକ । ହେଲେ କେବଳ ଗୋଟିଏ ଟେଷ୍ଟକୁ ନେଇ ଏପରି ନିଷ୍ପତ୍ତି ଠିକ୍ ନୁହେଁ । ଶ୍ରୀଲଙ୍କା ମଧ୍ୟ ନିଜ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିବ । କାରଣ ଦଳର ଅନେକ ଖେଳାଳି ଆହତ ଅଛନ୍ତି ।

ଗାଲେ ଟେଷ୍ଟରେ କୂଲଦୀପ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । ତାଙ୍କୁ କେବଳ ଗୋଟିଏ ଓ୍ୱିକେଟ୍ ମିଳିଥିଲା । ପ୍ରଥମ ପାଳିରେ ସେ ଏହି ସଫଳତା ପାଇଥିଲେ । ଦ୍ୱିତୀୟ ପାଳିରେ ତାଙ୍କର ହାତ ଖାଲି ଥିଲା । ସେ ମୋଟ୍ ୨୫ ଓଭର ବୋଲିଂ କରିଥିବା ବେଳେ ୧୦୩ ରନ୍ ବ୍ୟୟ କରିଥିଲେ । ଗୋଟିଏ ହେଲେ ମେଡେନ୍ ତାଙ୍କୁ ମିଳିନଥିଲା । ଅନ୍ୟ ଦିଗରେ ମାନବ ସୂତାର ଦମଦାର ପ୍ରଦର୍ଶନ କରି ଉଭୟ ଇନିଂସରେ ୧୦ ଓ୍ୱିକେଟ୍ ନେଇଥିଲେ ।

Also Read :- ବିପଦ ସଙ୍କେତ ତଳେ ବୈତରଣୀ, ତଥାପି ଟଳିନି ବିପଦ ! ୨୦୫ ସ୍କୁଲ ଓ ୨୬୫ ଅଙ୍ଗନଓ୍ୱାଡ଼ି ବନ୍ଦ

କଲମ୍ବୋରେ ସାରାଂଶଙ୍କୁ ସୁଯୋଗ ମିଳିଲେ ଦଳର ସମୀକରଣ ବଦଳିଯିବ । ଦଳ ଅତିରିକ୍ତ ସ୍ପିନରଙ୍କୁ ଖେଳାଇପାରେ । ସେ ଅଫ୍ ସ୍ପିନ୍ ବୋଲିଂ କରନ୍ତି । ଅନ୍ୟ ଦିଗରେ କୂଲଦୀପ ବାମହାତୀ ସ୍ପିନ୍ କରି ବ୍ୟାଟରଙ୍କୁ ହଇରାଣ କରିଥାନ୍ତି । ତେଣୁ ଉଭୟଙ୍କ ଭୂମିକା ଭିନ୍ନ । ତେଣୁ କୂଲଦୀପଙ୍କୁ ଦଳ ବାଦ୍ ଦେବ ନା ନାହିଁ ତାହା ସ୍ପଷ୍ଟ ନୁହେଁ ।

ଭାରତ ପାଖରେ ମାନବ ସୁତାର ଏବଂ ଜାଡେଜାଙ୍କ ଭଳି ଦୁଇ ଜଣ ବାମହାତୀ ସ୍ପିନର୍ ରହିଛନ୍ତି । ତେଣୁ ସାରାଂଶଙ୍କୁ ଦଳରେ ନିଆଯାଇପାରେ । ଫଳରେ ଭଲ କମ୍ବିନେସନ ରହିପାରିବ । ଏବେ ଭାରତ ଯେହେତୁ ସିରିଜରେ ୧-୦ରେ ଆଗୁଆ ଅଛି ତେଣୁ ରିସ୍କ କମ୍ ଅଛି । ସେହି ହିସାବରେ ଦଳ ସାରାଂଶଙ୍କୁ ନେଇ ପରୀକ୍ଷା କରିପାରେ ବୋଲି ଆଉ କିଛି କ୍ରିକେଟ୍ ବିଶେଷଜ୍ଞ କହୁଛନ୍ତି ।