ଓ୍ୱାଶିଂଟନ୍,|୧: ସାଥୀ କଏଦୀକୁ ହତ୍ୟା । ଜେଲରେ ବନ୍ଦୀ ଥିବା ବେଳେ ଅନ୍ୟ ଜଣେ ଅନ୍ତେବାସୀଙ୍କୁ ହତ୍ୟା କରିଛି ଆଉ ଏକ ଅପରାଧି । କିଛି ଏମିତି ଘଟିଛି ଆମେରିକାର ଓ୍ୱାଶିଂଟନରେ ଥିବା ଏକ ଜେଲରେ । ତେବେ ଏହା ପଛରେ ରହିଛି ଭୟଙ୍କର କାରଣ । ଯାହା ଜାଣିଲେ ଦେହ ଶିତେଇ ଉଠିବ ।

ରିପୋର୍ଟ ଅନୁସାରେ, ସେନ୍ ଗୋଲ୍ଡସବି ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା ।୨୦୨୦ଜୁନ୨୫ରେ ଜଣେ ଶିଶୁଙ୍କୁ ଦୁଷ୍କର୍ମ ଏହଂ ହତ୍ୟା ମାମଲାରେ ତାକୁ କାରାଦଣ୍ଡ ହୋଇଥିଲା । ତେବେ ସେ ଜେଲରେ ଥିବା ବେଳେ ତା ସହ ଅନ୍ୟ ଜଣେ କେଏଦୀ ରହୁଥିଲା । ଉଭୟେ ସମାନ କୋଠରୀରେ ରହୁଥିଲେ । ଉଭୟଙ୍କର ମଧ୍ୟରେ ପରିଚୟ ବଢିବା ପରେ ଅନେକ କିଛି ଜାଣିବାକୁ ପାଇଥିଲା ଗୋଲ୍ଡସବି ।

ଜେଲ୍ ର ସେଲରେ ଗୋଲ୍ଡସବି ଜାଣିବାକୁ ପାଇଥିଲା ଯେ, ତା ସହ ଥିବା ଅନ୍ୟ କଏଦୀ ହେଉଛିରବର୍ଟ ମ୍ୟୁନଜର୍ । ମ୍ୟୁନଜର କିଛି ବର୍ଷ ତରେ ତାର ସାନ ଭଉଣୀକୁ ଦୁଷ୍କର୍ମ କରିଥିଲା । ଏହା ଜାଣିବା ପରେ ଗୋଲ୍ଡସବି ରାଗରେ ରକ୍ତ ଚାଉଳ ଚୋବାଉଥିଲା । ତେବେ ବାରମ୍ବାର ମ୍ୟୁନଜର୍ ଗୋଲ୍ଡସବିଙ୍କୁ ଭଉଣୀ ସହ ଘଟାଇଥିବା କଥା କହିଥିଲା ।

ତେବେ ରାଗ ଆସୁଥିଲେ ବି ବଡ ପଦକ୍ଷେପ ନେବାପୂର୍ବରୁଗୋଲ୍ଡସବି ଅନେକ ଥର ଭାବିଥିଲା । ଏପରିକି ସେଲ୍ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା । କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ତାର ଅନୁରୋଧ ରକ୍ଷା କରିନଥିଲେ । ଏହାରି ଭିତରେ ତା ମନରେ ପ୍ରତିଶୋଧରେ ଭାବନା ବଢି ଚାଲିଥିଲା । ତେଣୁ ସେ ମ୍ୟୁନଜରକୁ ହତ୍ୟା କରି ଭଉଣୀ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେଇଥିଲା ।