ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ଅଜବ ଘଟଣା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୋଲିସ ଯେଉଁ ବସ୍ରେ ନେଇ ଯାଉଥିଲା, ସେହି ବସ୍ଟିକୁ କଂଗ୍ରେସ କର୍ମୀମାନେ ପଙ୍କଚର କରିଦେଇଥିବା ଖବର ସାମ୍ନାକୁ ଆସିଛି। ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ,ଯେଉଁ ବସରେ ପୋଲିସ ରାହୁଲ ଗାନ୍ଧୀଙ୍କୁ ନେଇକି ଯାଉଥିଲେ ସେହି ବସକୁ କଂଗ୍ରେସ କର୍ମୀମାନେ ଅଟକାଇଥିଲେ। ଏହି ସମୟରେ ବସ୍ର ଟାୟାର ପଙ୍କଚର ହୋଇଥିବା ଜଣାପଡ଼ିଛି। ଫଳରେ କିଛି ସମୟ ପାଇଁ ରାସ୍ତାରେ ବସ୍ଟି ଅଟକି ରହିଥିଲା।

ଘଟଣାସ୍ଥଳରେ କଂଗ୍ରେସ କର୍ମୀମାନଙ୍କ ଭିଡ଼ ଜମିଥିବା ବେଳେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିବା ଖବର ମିଳିଛି। ପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ବସ୍କୁ ସେଠାରୁ ନେଇଯାଇଥିଲା।

ରାହୁଲ ଗାନ୍ଧୀଙ୍କୁ ପୋଲିସ କେଉଁଠାକୁ ନେଉଥିଲା ଏବଂ କେଉଁ ପରିସ୍ଥିତିରେ ଏହି ପଙ୍କଚର ଘଟଣା ଘଟିଲା, ତାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ଘଟଣାର ଭିଡିଓ ଓ ଦୃଶ୍ୟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ପ୍ରଶ୍ନ ଉଠୁଛି ରାହୁଲଙ୍କୁ ନେଇ ଯାଉଥିବା ପୋଲିସ ବସ୍ କାହିଁକି ପଙ୍କଚର କରାଗଲା? ଏହା ପଛରେ କଂଗ୍ରେସ କର୍ମୀଙ୍କ ଉଦ୍ଦେଶ୍ୟ କ’ଣ ଥିଲା? ଘଟଣାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି।