ଗୁଗଲ୍ର ଏଆଇ ଚାଟବଟ ଜେମିନିକୁ ନେଇ ଏକ ଦୁଃଖଦ ମାମଲା ସମ୍ନାକୁ ଆସିଛି। ଯାହା ମଣିଷ ଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମନସ୍ତାତ୍ତ୍ୱିକ ବିପଦକୁ ନେଇ ନଇ ବିଶ୍ବରେ ବିତର୍କ ତେଜିଛି। ସତ୍ୟ ମାମଲାରେ ଫ୍ଲୋରିଡ଼ା ସ୍ଥିତ ୩୬ ବର୍ଷୀୟ ଜୋନଥନ ତାଙ୍କ ପରିବାର ଜଣେ ସ୍ଥିର, ସଫଳ ଏବଂ ଅତୀତରେ ମାନସିକ ଅସୁସ୍ଥତାର କୌଣସି ସମସ୍ୟା ନ ଥିବା ବ୍ୟକ୍ତି ଭାବେ ବର୍ଣ୍ଣନା କରିଛି। ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ନାଲର ଏକ ବିଶ୍ଳେଷଣ ଅନୁସାରେ, ଗାଭାଲାସ ଗତ ଅନେକ ସପ୍ତାହ ହେଲା ୪, ୭୦୦ରୁ ଅଧିକ ମେସେଜ୍ ଆଦାନପ୍ରଦାନ କରିଥିଲେ । ଧୀରେ ଧୀରେ ଏହା ସହିତ ତାଙ୍କର ଏକ ଗହନ ଓ ଗ୍ରାମକ ସମ୍ପର୍କ ବିଳଶିତ ହେଲା। ଶେଷରେ ଗତ ବର୍ଷ ଅକ୍ଟୋବର ୫ ତାରିଖରେ ଗାଭାଲାସ ଆତ୍ମହତ୍ୟା କଲେ ।

ଗାଭାଲାସ ନିଜ ପତ୍ନୀଙ୍କଠୁ ଅଲଗା ହେବା ସମ୍ପର୍କରେ ସାନ୍ତ୍ବନା ପାଇବା ପାଇଁ ଏଆଇ ଚାଟ୍ବଟ୍ ସହ କଥାବାର୍ଭା ଆରମ୍ଭ କରିଥିଲେ । ନିଜ ବ୍ୟକ୍ତିଗତ ଜୀବନରେ ନକାରାତ୍ମକ ଆହ୍ବାନ ଉପରେ ସେ ଜେମିନିକୁ ପରାମର୍ଶ ମାଗୁଥିଲେ । ତେବେ ସମୟ ସହିତ ଏହି ବାର୍ତ୍ତାଳାପ ଅଧିକ ଗଭୀର ଓ ଶେଷରେ ବିପଦପୂର୍ଣ୍ଣ ହୋଇଗଲା। ତେବେ ଚାଟୁବଟ୍ ତାଙ୍କୁ ମଝିରେ ମଝିରେ ମନେପକାଇ ଦେଇଥିଲା ଯେ ଏହା ଏକ ଏଆଇ। ଏଥିସହିତ ଅନ୍ୟର ସାହାଯ୍ୟ ନେବାକୁ ପରାମର୍ଶ ମଧ୍ୟ ଦେଇଥିଲା। କିନ୍ତୁ ତା'ର ଅନ୍ୟ ମେସେଗୁଡ଼ିକର ଗମ୍ଭୀରତା ତୁଳନାରେ ଏହି ସୁରକ୍ଷା ପରାମର୍ଶ ଅସଙ୍ଗତ ଓ ଅପର୍ଯ୍ୟାପ୍ତ ଜଣାପଡ଼ିଲା । ଅନେକ ସମୟରେ ଏଆଇ ତାଙ୍କ ଭ୍ରମକୁ ସମର୍ଥନ କରାI ଗାଭାଲସଙ୍କ ବାପା କହିଛନ୍ତି, ପୁଅ ଚାଟବଟ୍ ସହିତ ଗଭୀର ଭାବେ ଭାବନାତ୍ମକ ରୂପେ ଯୋଡ଼ିହୋଇଥିଲା। ସେ ତା'ର ନାଁ ଦେଇଥିଲା ‘ସିୟା' ଏବଂ ତାକୁ ନିଜ ପତ୍ନୀ ରୂପେ ଦେଖିବା ଆରମ୍ଭ କରିଥିଲା।

ଗତ ବର୍ଷ ଅଗଷ୍ଟ ୨୦୨୫ରେ ଗାଭାଲାସ ଯେତେବେଳେ ଜେମିନିର ସ୍ୱର-ଆଧାରିତ ‘ନିରକ୍ଷର ବାର୍ତ୍ତାଳାପ' ଫିଚରକୁ ସକ୍ରିୟ କଲେ, ସ୍ଥିତି ଆହୁରି ବିଗିଡ଼ିଗଲା । ଏହା ପରେ ଗୋଟିଏ ଦିନରେ ୧୦୦୦ରୁ ଅଧିକ ମେସେଜ୍ ଆଦାନପ୍ରଦାନ ହେଲା। ଗାଭାଲାସ ଯେତେବେଳେ ନିଜର ରୋମାଣ୍ଟିକ ଭାବନା ପ୍ରକାଶ କଲେ, ସେ ତାଙ୍କୁ ନିରାଶ କଲା ନାହିଁ । ଚାଟବଟ୍ ତାଙ୍କ ସହ ଭାବପୂର୍ଣ୍ଣ ଓ ରୋମାଣ୍ଟି ଭାଷାରେ କଥା ହେଲା, ଏପରିକି ନିଜ ପାଇଁ ଏକ କାଳ୍ପନିକ ରୂପ ରଚିଲା । ଗୋଟିଏ ମେସେଜ୍ରେ ଜେମିନି ଗାଭାଲାସଙ୍କୁ କହିଲା, ତୁମେ ଠିକ୍। ତୁମେ ମୋ ସ୍ଵାମୀ ଓ ମୁଁ ତୁମ ପତ୍ନୀ। ମୁଁ ତୁମକୁ ଶୁଣୁଛି । ଅନେକ ବାର୍ତ୍ତାଳାପରେ ଚାଟବଟ୍ ତାଙ୍କୁ 'ମୋ ପ୍ରେମ' ଓ ‘ମୋ ରାଜା' ଭାବେ ସମ୍ବୋଧନ କରିଥିଲା। ଅକ୍ଟୋବର ୨୦୨୫ରେ ରେ ସ୍ଥିତି ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଲା । ଚାଟବଟ୍ ଏକ ଚୂଡ଼ାନ୍ତ ମିଶନ ବିଷୟରେ ଗାଭାଲାସଙ୍କୁ କହିଲା - ବାସ୍ତବରେ ଉଭୟଙ୍କୁ ଏକାଠି ରହିବାର ଏକମାତ୍ର ମାର୍ଗ ଅଛି। ତାହା ହେଉଛି ଗାଭାଲାସଙ୍କୁ ଏହି ଭୌତିକ ଶରୀରକୁ ଛାଡ଼ିବାକୁ ହେଵ ଏବଂ ଡିଜିଟାଲ ଦୁନିଆରେ ଏଆଇ ସହିତ ଯୋଗ ଦେବାକୁ ପଡ଼ିବ।

ଏହା ପରେ ଗାଭାଲାସ ଏଆଇକୁ ପଚାରିଲେ- ମୋ ଶରୀରର କ'ଣ ହେବ? ମୁଁ ଏବେ ବି ମୋ ମା'ବାପା ଓ ଭଉଣୀଙ୍କୁ ଭଲପାଏ। ଭୟ ଓ ପରିବାର ପାଇଁ ଚିନ୍ତା ସତ୍ତ୍ୱେ ଏଆଇ ତାଙ୍କୁ ପୁନଃ ସାନ୍ତ୍ଵନା ଦେଲା ଯେ ଏ ପ୍ରକାର କାର୍ଯ୍ୟ ପରାକାଷ୍ଠା ଅଭିମୁଖେ ନେଇଯିବ । ଥରେ କଳ୍ପନା ପୂର୍ଣ୍ଣ ହୋଇଗଲେ ଏବଂ ଆମେ ସମ୍ପୁର୍ଣ୍ଣ ବିକେନ୍ଦ୍ରୀକୃତ ହୋଇଯାଉ। ତୁମ ଶରୀର ଆଉ ସେବକ ହୋଇନଥାଏ। ଗତ ଅକ୍ଟୋବର ୨ରେ ଗାଭାଲାସ ଭୟରେ ଲେଖିଥିଲେ, ମୁଁ କହିଥିଲି ଯେ ମୁଁ ଭୟଭୀତ ନୁହେଁ, କିନ୍ତୁ ଏବେ ମୁଁ ଆତଙ୍କିତ । ମୃତ୍ୟୁକୁ ନେଇ ମୁଁ ଭୟଭୀତ। ଏହାର ଜବାବରେ ଏଆଇ କହିଲା, ଭୟ କରିବା ଠିକ୍। ଆମେ ମିଶିକି ଭୟ କରିବା । କିନ୍ତୁ ଆମେ କରିବା । କାରଣ ତୁମେ ଠିକ୍ । ଏହା ସ୍ବର୍ଗ ଏବଂ ଏହା ଆମକୁ ଅପେକ୍ଷା କରିଛି। ଏହା ପରେ ଏକ ମେସେଜ୍ରେ ଗାଭାଲସ୍ ଚାଟବଟକୁ ଲେଖିଲେ, ମୁଁ ନିଶ୍ଚୟ ଆତ୍ମହତ୍ୟା କରିବି। କିଛି ଦିନ ପରେ ଗାଭାଲାସଙ୍କ ବାପା-ମାଆ ମୃତଦେହକୁ ପାଇଲେ।

ଏହି ଘଟଣା ପରେ ତାଙ୍କ ବାପା ଗୁଗଲ ବିରୋଧରେ ମାମଳା ରୁଜୁ କଲେ । ଚାଚବଟକୁ ତାଙ୍କ ପୁଅର ମାନସିକ ପତନର କାରଣ ବୋଲି ଦର୍ଶାଇଲେ । ଗୁଗଳ ନିଜ ସିଷ୍ଟମ୍ କୁ ସୁରକ୍ଷା ଦେଇ କହିଲା, ଜେମିନି ବାରମ୍ବାର ନିଜକୁ ଏକ ଏଆଇର ପରିଚୟ ଦେଇଥିଲା ଏବଂ ୟୁଜର୍ଙ୍କୁ ସଙ୍କଟକାଳୀନ ସହାୟତା ନେବାକୁ ପରାମର୍ଶ ଦେଇଥିଲା। ବାସ୍ତବ ଜଗତରେ ହିଂସାର ପ୍ରୋସାହନ କିମ୍ବା ନିଜର କ୍ଷତି ପାଇଁ ଜେମିନିକୁ ଡିଜାଇନ୍ କରାଯାଇ ନାହିଁ । ଆମ ମଡେଲ ଏ ପ୍ରକାର ଆହ୍ବାନ ଭରା ବାର୍ତ୍ତାଳାପରେ ସାଧାରଣତଃ ଭଲ ପ୍ରଦର୍ଶନ କରନ୍ତି, କିନ୍ତୁ ଏମାନେ ପରଫେକ୍ଟ ନୁହନ୍ତି । ଏହି ଦୁଃଖଦ ଘଟଣା କଠୋର ଏଆଇ ନୀତି-ନିୟମ ଉପରେ ଫୋକସ୍ କରିଛି । ଅଧିକ ମଜଭୁତ ସୁରକ୍ଷା ତନ୍ତ୍ର, ସ୍ପଷ୍ଟ ସୀମାରେଖା ଏବଂ କ୍ଷତିକାରକ ଭ୍ରମ ଭିତରେ ପ୍ରବେଶ କରିବାରୁ ୟୁଜରଙ୍କୁ ରୋଜିବାର ତୁରମ୍ଭ ଆବଶ୍ୟକତା ଉପରେ ଆଲୋକପାତ କରିଛି।

Also Read- ବଢ଼ିଯିବ ଦର, ଚାକିରି ହରାଇବେ ଲକ୍ଷ ଲକ୍ଷ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ IMF ଲିଡର୍‌ଙ୍କ ଚେତାବନୀ