ମାଲକାନଗିରି ୨୮।୦୬ : ମାଲକାନଗିରି ପୋଲିସକୁ ପୁଣି ମିଳିଲା ସଫଳତା କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଜଙ୍ଗଲରୁ ମିଳିଲା ବଡ଼ଧରଣର ମାଓ ଡମ୍ପ ଠାବ । ଜବତ ସାମଗ୍ରୀ ମଧ୍ୟରେ ରହିଛି SLR ବନ୍ଧୁକ, ପିସ୍ତଲ, ଅଫୁଟା ଲ୍ୟାଣ୍ଡମାଇନ୍, ଓ୍ୱାକିଟକି ଓ ବନ୍ଧୁକ ତିଆରୀ ସାମଗ୍ରୀ ରହିଛି ।

ଖବର ଅନୁଯାୟୀ, ମାଲକାନଗିରି କାଲିମେଳା ଥାନା ଗୁଣ୍ଠାବେଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଡିଭିଏଫ୍ ଯବାନଙ୍କ ମିଳିତ ଉଦ୍ୟମରେ ଚାଲିଥିଲା ତଲାସୀ ଅଭିଯାନ । ଏହି ସମୟରେ ଗୁଣ୍ଠାବେଡ଼ା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ ହୋଇଛି । ଯେଉଁଥିରେ ରହିଛି SLR ବନ୍ଧୁକ, ପିସ୍ତଲ, ଅଫୁଟା ଲ୍ୟାଣ୍ଡମାଇନ୍, ଓ୍ୱାକିଟକି ଓ ବନ୍ଧୁକ ତିଆରୀ ସାମଗ୍ରୀ ରହିଛି ।ଏତେ ପରିମାଣର ମାଓ ସାମଗ୍ରୀ ମିଳିବା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ।

Also Read:-କରଞ୍ଜିଆରେ ଡବଲ ମର୍ଡର, ମା-ଝିଅଙ୍କ ବେକ କାଟି ଦେଲା ବାପା