ନୂଆଦିଲ୍ଲୀ: ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଥିବା ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ରବିବାର ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବ୍ରେକଫାଷ୍ଟ ମିଟିଂ ମାଧ୍ୟମରେ ଏହି ସୌଜନ୍ୟମୂଳକ ଆଲୋଚନା ହୋଇଥିଲା। ଏହି ବୈଠକ ସମୟରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ। ଏହି ଆଲୋଚନା ସମୟରେ ଦୁଇ ନେତା ଭାରତ ଓ ମାଲେସିଆ ମଧ୍ୟରେ ରହିଥିବା ସାଂସ୍କୃତିକ ଓ କୂଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ସହ ଏହି ସାକ୍ଷାତକାରର ଗୋଟିଏ ଦିନ ପୂର୍ବରୁ ମାଲେସିଆ ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକରେ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ଅନୱର ଇବ୍ରାହିମଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ସେମିକଣ୍ଡକ୍ଟର ଶିଳ୍ପ, ସ୍ୱଚ୍ଛ ଶକ୍ତି, ଭିତ୍ତିଭୂମି ବିକାଶ ଏବଂ ସାମରିକ ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ସହ ମାଲେସିଆର ରପ୍ତାନି ସାମଗ୍ରୀ ପାଇଁ ଭାରତୀୟ ବଜାରକୁ ସହଜ ଓ ପ୍ରତିବନ୍ଧକମୁକ୍ତ କରିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

 

ସୂଚନାଯୋଗ୍ୟ ଯେ, ମାଲେସିଆ ବ୍ରିକ୍ସ ସଙ୍ଗଠନର ଏକ ସହଯୋଗୀ ଦେଶ ହୋଇଥିବା ବେଳେ 'ଆସିଆନ୍' (ASEAN) ମଞ୍ଚରେ ଭାରତର ଜଣେ ପ୍ରମୁଖ ସହଯୋଗୀ ଭାବେ କାର୍ଯ୍ୟ କରୁଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ, ବାଣିଜ୍ୟିକ ସମ୍ପର୍କ ଓ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ ଆଗାମୀ ଦିନରେ ଏକ ନୂଆ ମୋଡ଼ ନେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Also Read: BRICS ଅଧାରୁ ଫେରିଗଲେ UAE ପ୍ରିନ୍ସ, କ’ଣ ହୋଇପାରେ କାରଣ?

ସେ କହିଛନ୍ତି, ମାଲେସିଆ ଓ ଭାରତ ନିକଟରେ ବହୁତ ସାମର୍ଥ୍ୟ ରହିଛି, ଯାହାର ଉପଯୋଗ ଅଦୌଗିକି ସହଯୋଗ, ଯୋଗାଣ ଶୃଙ୍ଖଣାର ଏକକୀକରଣ, ପ୍ରତିଭା ବିକାଶ ଓ ଦ୍ଵିପାକ୍ଷିକ ନିବେଶ ମାଧ୍ୟମରେ କରାଯାଇ ପାରିବ। ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଦୁଇ ନେତା ଫେବୃଆରୀରେ ମୋଦୀଙ୍କ ମାଲେସିଆ ଯାତ୍ରା ସମୟରେ ହୋଇଥିବା ଚୁକ୍ତିନାମାର କାର୍ଯ୍ୟକାରିତା କେତେ ଦୂର ଗଲା, ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସହ ଅନ୍ୟାନ୍ୟ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି।