ନୂଆଦିଲ୍ଲୀ ୨୮।୦୫; ମଡେଲ୍ ତଥା ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ତଦନ୍ତ ଆଗେଇ ଚାଲିଛି । ସ୍ୱାମୀ ସମର୍ଥ ସିଂହଙ୍କୁ ପଚରାଉଚରା ଜାରି ରହିଛି । ପୂର୍ବତନ ବିଚାରପତି ତଥା ଟ୍ୱିଶାଙ୍କ ଶାଶୂ ଗିରିବାଳା ସିଂହଙ୍କୁ ହେପାଜତରେ ଜେରା କରିବାର ଆବଶ୍ୟକତା ଦର୍ଶାଇ ସିବିଆଇ କୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛି । ଏବେ ଗିରିବାଳଙ୍କ ଉପରେ ଗିରଫ ଖଣ୍ଡା ଝୁଲୁଛି । ମଧ୍ୟ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଖାରଜ କରିଛନ୍ତି । ହାଇକୋର୍ଟ ଆଗୁଆ ଜାମିନ ଆବେଦନ କରିବା ପରେ ମାମଲା ଏକ ନୂଆ ମୋଡ଼ ନେଇଛି । ଯେକୌଣସି ମୂହୁର୍ତ୍ତରେ ଗିରଫ ହୋଇପାରନ୍ତି ଟ୍ୱିଶାଙ୍କ ଶାଶୂ ଗିରିବାଳା ସିଂହ ।

'ଶରୀରରେ ଚିହ୍ନ ଥିଲା, ଗିରିବାଳା ଏବଂ ସମର୍ଥ ଏ ବିଷୟରେ ନୀରବ'- ଏପରି ପରିସ୍ଥିତିରେ, ପ୍ରାରମ୍ଭିକ ତଦନ୍ତ ପରେ, ସିବିଆଇ କୋର୍ଟରେ ଅନେକ ତଥ୍ୟ ଉପସ୍ଥାପନ କରିଥିଲା ଏବଂ ସିଧାସଳଖ ପଚରାଉଚରା ପାଇଁ ଗିରିବାଳା ସିଂହଙ୍କୁ ହେପାଜତକୁ ନେବାକୁ ଦାବି କରିଥିଲା। ସିବିଆଇ ପ୍ରଶ୍ନ ଉଠାଇଥିଲା ଯେ ଟ୍ୱିଶାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଥିଲା, କିନ୍ତୁ ତାଙ୍କ ସ୍ୱାମୀ ଏବଂ ଶାଶୂ କୌଣସି ସ୍ପଷ୍ଟୀକରଣ ଦାଖଲ କରିନଥିଲେ । ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ,ଶରୀରରେ ଥିବା ଚିହ୍ନ ଲିଗେଚର ଯୋଗୁଁ ହୋଇନଥାଇପାରେ, ତେବେ ଆଘାତ କେଉଁଠାରୁ ଆସିଲା ? ଏହା ବ୍ୟତୀତ ସିବିଆଇ କହିଛି କି, ତ୍ବିଶାଙ୍କ ମୃତ୍ୟୁ ପରେ, ଗିରିବାଳା ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ଲିକ୍ କରିଥିଲେ । ଯାହାକୁ ପ୍ରମାଣ ସହିତ ହେରଫର ବୋଲି କୁହାଯାଉଛି ।

ସିବିଆଇ କୋର୍ଟକୁ କହିଛି ଯେ, ମାମଲାଗୁଡ଼ିକର ବୟାନ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ବିବାହରେ ଦିଆଯାଇଥିବା ଟଙ୍କାକୁ ତାଙ୍କ ଶ୍ୱଶୁର ଘର ଲୋକେ ପର୍ଯ୍ୟାପ୍ତ ମନେ ନକରିବାରୁ ତ୍ଵିଶାଙ୍କ ପରିବାରଠାରୁ ଅନେକ ଥର ଯୌତୁକ ନିଆଯାଇଥିଲା । ଗିରିବାଳା ସିଂହଙ୍କୁ ହାଜତରେ ଜେରା ଜରୁରୀ କାରଣ ସେ ତ୍ଵିଶାଙ୍କ ଚରିତ୍ରକୁ କଳଙ୍କିତ କରିବାରେ କୌଣସି କସରତ ଛାଡି ନଥିଲେ । ମାତ୍ର ଗୋଟିଏ ଦିନ ପୂର୍ବରୁ, ହାଇକୋର୍ଟ ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କୁ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ଆଗୁଆ ଜାମିନକୁ ପ୍ରତ୍ୟାହାର କରିଦେଇଥିଲେ । ତାଙ୍କ ଆଦେଶରେ, କୋର୍ଟ କହିଥିଲେ ଯେ, ନିମ୍ନ ଅଦାଲତ ମାମଲାର ତଥ୍ୟ, ସୀକ୍ଷାଙ୍କ ବୟାନ ଏବଂ ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗକୁ ପର୍ଯ୍ୟାପ୍ତ ଭାବରେ ବିଚାର କରିନାହାନ୍ତି । ହାଇକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ରେକର୍ଡରେ ଥିବା ପ୍ରମାଣକୁ ବ୍ୟବହାର କରି ଏହି ସିଦ୍ଧାନ୍ତ ନିଆଯାଇପାରିବ ନାହିଁ ଯେ ସମଗ୍ର ମାମଲାରେ ଅଭିଯୋଗ କେବଳ ସମର୍ଥ ସିଂହଙ୍କ ପାଇଁ ସୀମିତ ।

Also Read- Rajasthan: ଜଳିଗଲା ଚଳନ୍ତା ସ୍କର୍ପିଓ; ଜିଅନ୍ତା ୨ ପୂର୍ବ ସରପଞ୍ଚ-ଜିଲ୍ଲା ପରିଷଦ ସଦସ୍ୟ ସମେତ ଜଳିଗଲେ ୪ ଜଣ