ନୂଆଦିଲ୍ଲୀ : ଏବେଯୁଦ୍ଧ କ୍ଷେତ୍ର ପାଲଟିବ ଜହ୍ନ। ଜହ୍ନରେ ଜଳିବ ନିଆଁ ।ଭୟାନକ ଲଢେଇ କରିବେ ସୁପର ପାୱାର । ପୃଥିବୀ ପରେମହାକାଶରେ ମୁହାଁ ମୁହିଁ ହେବେ ବିଶ୍ଵର ଟପ୍ ଦେଶ। ଯାହାକୁ ନେଇଏବେ ସବୁଠି ଭୟର ମାହୋଲ। କିଛି ଏମିତି ଖବରକୁ ଏବେ ଖୁବ୍ ଚର୍ଚ୍ଚା । 'ପରମାଣୁ ଶକ୍ତି'...ଏହି ଶବ୍ଦର ଉଲ୍ଲେଖ ମାତ୍ରକେ ହିଁ ଦେହରେ ଖେଳିଯାଏ ଶିହରଣ । ଅସୀମ ଶକ୍ତିର ଅଧିକାରୀ ଥିବା ରାଷ୍ଟ୍ରଗୁଡ଼ିକର କଥା ମନକୁ ଆସିଥାଏ। ତଥାପି, ଏହି ବିଶାଳ କ୍ଷମତା କେବଳ ପୃଥିବୀ ମଧ୍ୟରେ ସୀମିତ ହୋଇ ରହିବ ନାହିଁ। ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛନ୍ତି ସବୁ ଦେଶ ।ପରମାଣୁ ରିଆକ୍ଟରଗୁଡ଼ିକୁ ଚନ୍ଦ୍ରପୃଷ୍ଠକୁ ନେବା ପାଇଁଏକ ଆରମ୍ଭ ହୋଇଛି ମିଶନ । ଏହି ରେସରେ ଆଗରେ ଅଛନ୍ତି । ଦୁଇଟି ଗୋଷ୍ଠୀ । ଗୋଟିଏ ପଟେ ଯୁକ୍ତରାଷ୍ଟ୍ର ଆମେରିକା।ଅନ୍ୟପଟେ ରହିଛିଏହାର ପାରମ୍ପାରିକପ୍ରତିଦ୍ୱନ୍ଦ୍ୱୀ ଦେଶ ଋଷ। ଏହା ବ୍ୟତୀତ, ଏହି ରେସରେ ଋଷ ସହିତ ଏହାର ଦୀର୍ଘଦିନର ସହଯୋଗୀ ତଥାପଡ଼ୋଶୀ ଦେଶ ଚୀନ୍ ମଧ୍ୟ ହୋଇଛି ସାମିଲ ।

ଚନ୍ଦ୍ରକୁ ନେଇ ମହାଶକ୍ତିମାନ ପ୍ରତିଯୋଗିତାଏବେ ନେଇଛି ନୂଆ ମୋଡ଼ । ଚନ୍ଦ୍ରପୃଷ୍ଠରେ କେବଳ ରୋଭର କିମ୍ବା ଲ୍ୟାଣ୍ଡର ନୁହେଁ,ପରମାଣୁ ଶକ୍ତିରେ ଚାଲିବାକୁ ଥିବା ରିଆକ୍ଟରସ୍ଥାପନ କରିବା ପାଇଁଲକ୍ଷ୍ୟ ରଖିଛନ୍ତି ଆମେରିକା, ରୁଷ ଓ ଚୀନ। ଟାର୍ଗେଟ ହେଉଛି ଚନ୍ଦ୍ରରେ ଦୀର୍ଘ ସମୟ ପାଇଁ ମାନବ ଘାଟି ଓ ବୈଜ୍ଞାନିକ ଗବେଷଣା କେନ୍ଦ୍ର ଗଢ଼ିବା। ତେବେ ଏହାକୁ ଦେଖିଲେ ମନରେ ଗୋଟାଏ ପ୍ରଶ୍ନ ଆସୁଛି । ଯାହା ହେଲାକାହିଁକି ଚନ୍ଦ୍ରରେ ପରମାଣୁ ରିଆକ୍ଟର?କାରଣ ହେଉଛି ଚନ୍ଦ୍ରରେ ସୌର ଶକ୍ତି ଏକ ପ୍ରମୁଖ ଶକ୍ତି ଉତ୍ସ। ଦୀର୍ଘ ସମୟର ଅଭିଯାନ ଏବଂ ଭବିଷ୍ୟତର ଲୁନାର ବେସ୍ ପାଇଁ ନିରନ୍ତର ଓ ଭରସାଯୋଗ୍ୟ ବିଦ୍ୟୁତ ଆବଶ୍ୟକ। ପରମାଣୁ ଫ୍ୟୁଜନ ରିଆକ୍ଟର ଦିନ-ରାତି ଯୋଗାଇପାରିବ ବିଦ୍ୟୁତ । ଏହା ଜୀବନ, ଯୋଗାଯୋଗ, ଗବେଷଣା ଏବଂ ଭବିଷ୍ୟତରେ ଚନ୍ଦ୍ରରୁ ସମ୍ପଦ ଉତ୍ତୋଳନ ଭଳି କାମକୁ ମଧ୍ୟ କରିବ ସପୋର୍ଟ।

ଏହାକୁ ନେଇ ରହିଛିଆମେରିକାର ଖାସ ପ୍ଲାନ୍। ରିପୋର୍ଟ କହୁଛି ଯେ, ନାସା ଓ ଆମେରିକାର ଶକ୍ତି ବିଭାଗ ଚନ୍ଦ୍ର ପାଇଁ ବିକଶିତ କରୁଛନ୍ତିଫିସନ୍ ସର୍ଫେସ୍ ପାୱାର୍ ସିଷ୍ଟମ୍। ଆମେରିକାର ଲକ୍ଷ୍ୟ ରହିଛି୨୦୩୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଏକ ନ୍ୟୁକ୍ଲିୟର ରିଆକ୍ଟରବିକଶିତ ଓ ମୁତୟନ କରିବା। ଏହାକୁ ଭବିଷ୍ୟତର ଚନ୍ଦ୍ର ଅଭିଯାନ ଓ ମଙ୍ଗଳ ମିଶନ ପାଇଁ ମଧ୍ୟ ଶକ୍ତି ଯୋଗାଣର ଏକ ମୁଖ୍ୟ ପ୍ରଯୁକ୍ତି ଭାବେ ଦେଖାଯାଉଛି। ଆମେରିକା ପରେ ରୁଷ-ଚୀନର ମଧ୍ୟ ରହିଛି ମିଳିତ ଯୋଜନା | ରୁଷ ଓ ଚୀନ ମଧ୍ୟଚନ୍ଦ୍ରରେ ଏକ ଇଣ୍ଟରନ୍ୟାଶନାଲ ଲୁନାର ରିସର୍ଚ୍ଚ ଷ୍ଟେସନ(ILRS) ଗଢ଼ିବା ଦିଗରେ ଆରମ୍ଭ କରିଛନ୍ତି କାମ । ଏହି ପ୍ରୋଜେକ୍ଟ ପାଇଁ ପରମାଣୁ ଶକ୍ତିକୁ ଭବିଷ୍ୟତର ଶକ୍ତି ଉତ୍ସ ଭାବେ ଦେଖାଯାଉଛି।ରୁଷ ପକ୍ଷରୁ ୨୦୩୬ ସୁଦ୍ଧା ଚନ୍ଦ୍ରରେ ଏଭଳି ପାୱାର୍ ସିଷ୍ଟମ୍ ସ୍ଥାପନନେଇ ରହିଛି ଯୋଜନା।

​​​​​​​

ତେବେ ଏହି ଯୋଜନା ଖୁବ୍ ଘାତକ ଏବଂ ଶକ୍ତିଶାଳୀ । ଚନ୍ଦ୍ରରେ ନ୍ୟୁକ୍ଲିୟର ରିଆକ୍ଟର ରହିବା ମାନେ ସେଠାରେ ପରମାଣୁ ବୋମା ରଖାଯିବା ନୁହେଁ। ଏଭଳି ରିଆକ୍ଟରର ମୁଖ୍ୟ ଉଦ୍ଦେଶ୍ୟ ବିଦ୍ୟୁତ ଉତ୍ପାଦନ। ତଥାପି ଲଞ୍ଚ ସମୟରେ ଦୁର୍ଘଟଣା, ରେଡିଓଆକ୍ଟିଭ୍ ଇନ୍ଧନର ସୁରକ୍ଷା, ରିଆକ୍ଟରର ନିୟନ୍ତ୍ରଣ ଭବିଷ୍ୟତରେ ଆଣିପାରେ ବିପଦ । ମହାକାଶରେ ନ୍ୟୁକ୍ଲିୟର ଟେକ୍ନୋୋଲୋଜୀରେର ବ୍ୟବହାର ବଢ଼ିଲେ ସୁରକ୍ଷା ଓ ଆନ୍ତର୍ଜାତୀୟ ନିୟମ ନେଇ ପ୍ରଶ୍ନ ମଧ୍ୟ ଉଠିବ। ଅନ୍ୟପଟେ ଭାରତ ଏହି ଦୌଡ଼ରେ ଏଯାଏଁ ଆମେରିକା କିମ୍ବା ରୁଷ-ଚୀନ ଭଳି ଚନ୍ଦ୍ରରେ ନ୍ୟୁକ୍ଲିୟର ରିଆକ୍ଟର ସ୍ଥାପନର ଘୋଷଣା କରିନାହିଁ। ତେବେଭାରତର ଚନ୍ଦ୍ର ଯୋଜନା ଦୀର୍ଘମିଆଦୀ।୨୦୪୦ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରରେ ପହଞ୍ଚାଇବାଏବଂ ଭବିଷ୍ୟତରେ ଲୁନାର ଭିତ୍ତିଭୂମି ବିକଶିତ କରିବା ଭାରତର ମହାକାଶ ଭିଜନର ଅଂଶ। ଭାରତ ଘରୋଇ ପରମାଣୁ ଶକ୍ତି କ୍ଷେତ୍ରରେ ମଧ୍ୟ ଦ୍ରୁତ ଭାବେ କ୍ଷମତା ବଢ଼ାଉଛି। ସରକାର୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍ ପରମାଣୁ ବିଦ୍ୟୁତ କ୍ଷମତାନିର୍ମାଣ ନେଇ ରଖିଛନ୍ତି ଲକ୍ଷ୍ୟ।କ୍ଷୁଦ୍ର ମଡ୍ୟୁଲାର୍ ପରମାଣୁ ରିଆକ୍ଟର୍ (SMR) ଉପରେ ମଧ୍ୟ କାମ ଚାଲିଛି। ତେବେ ଚନ୍ଦ୍ରରେ ପରମାଣୁ ଶକ୍ତି ପହଞ୍ଚାଇବାର ଯୋଜନା କେବଳ ବିଦ୍ୟୁତ ଉତ୍ପାଦନର ପ୍ରଶ୍ନ ନୁହେଁ। ନିରନ୍ତର ଶକ୍ତି ମିଳିଲେ ଚନ୍ଦ୍ରରେ ଦୀର୍ଘକାଳୀନ ଗବେଷଣା କେନ୍ଦ୍ର, ମାନବ ବାସସ୍ଥାନ ଏବଂ ଭବିଷ୍ୟତର ଗଭୀର ମହାକାଶ ଅଭିଯାନ ପାଇଁ ଭିତ୍ତି ତିଆରି ହୋଇପାରେ। ତେଣୁ ଏହାକୁ ଆଗାମୀ ଦଶକର ମହାକାଶ ପ୍ରତିଯୋଗିତାର ଏକ ନୂଆ ଅଧ୍ୟାୟ ବୋଲି ଦେଖାଯାଉଛି। ଏହାକୁ ନେଇ ଏବେ ରହିଛି ସାରା ବିଶ୍ୱର ନଜର ।