ଭୁବନେଶ୍ବର ୧୫।୧୧: ଭୁବନେଶ୍ବର ଟଙ୍କପାଣି ବ୍ରିଜ୍ରୁ ଡେଇଁ ନିଖୋଜ ବିଘ୍ନେଶ ତ୍ରିପାଠୀ ମାମଲାରେ ବଡ଼ ଟ୍ୱିଷ୍ଟ । ଦେଢ଼ ମାସ ପରେ ତାଙ୍କ ପରିବାରକୁ ଆସିଲା ଅଜଣା କଲ୍ । ବିଘ୍ନେଶଙ୍କୁ କେହି ଅପହରଣ କରିଥିବା ପରିବାର ଲୋକଙ୍କ ଦାବି । ବିଘ୍ନେଶଙ୍କ ଛାଡ଼ିବା ପାଇଁ ଟଙ୍କା ଦାବି କରାଯାଇଥିବା ପରିବାର ଲୋକେ କହିଛନ୍ତି ।

ହ୍ୱାଟ୍ସଆପ୍ କ ପରିବାର ଲୋକଙ୍କୁ କେହି ଜଣେ ଟଙ୍କା ମାଗୁଛନ୍ତି । ପରିବାର ଲୋକେ ୨ଟି ପର୍ଯ୍ୟାୟରେ ୪୦ ହଜାର ଟଙ୍କା ଦେଇଛନ୍ତି । ଟଙ୍କା ଦେବା ପରେ ମଧ୍ୟ ବିଘ୍ନେଶ ଘରକୁ ନଫେରିବାରୁ ପରିବାର ଲୋକେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ବଡ଼ଗଡ଼ ଥାନା ପୋଲିସ ବ୍ୟାଙ୍କ ଆକାଉଣ୍ଟ, କଲ୍ ଡିଟେଲ୍ସକୁ ନେଇ ଯାଞ୍ଚ କରୁଛି । ସେହିପରି ସାଇବର ଥାନା ପୋଲିସ ମଧ୍ୟ ଘଟଣା ଉପରେ ନଜର ରଖିଛି । ଗତ ସେପ୍ଟେମ୍ବର ୨୪ ତାରିଖରୁ ନିଖୋଜ ଅଛନ୍ତି ବିଘ୍ନେଶ ।