ଭୁବନେଶ୍ବର ୧୫।୧୧: ବିଧାନସଭାର ବିଧି ସଂପର୍କରେ ପାଠ ପଢିବେ ବିଧାୟକ । ଓଡ଼ିଶା ବିଧାନସଭାର ବିଧାୟିକା ଓ ବିଧାୟକଙ୍କୁ ବିଧି ସଂପର୍କରେ ଦିଆଯିବ ପ୍ରଶିକ୍ଷଣ । ଏଥିପାଇଁ ବିଧାନସଭାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଯୋଜନ ହେଉଛି ।

ତିନୋଟି ସେସନରେ ହେବାକୁ ଥିବା ପ୍ରଶିକ୍ଷଣ କାର୍ଯ୍ଯକ୍ରମର ଉଦ୍ ଘାଟନୀ ଅଧିବେଶନରେ ଉପରାଷ୍ଟ୍ରପତି ବିଧାୟକ ଓ ବିଧାୟିକା ମାନଙ୍କୁ ବିଧାନସଭାର ବିଧି ସଂପର୍କରେ ମାର୍ଗଦର୍ଶନ ଦେବେ । ଏଥିରେ ସଂସଦୀୟ ବ୍ୟବସ୍ଥା ଓ କିମିଟି କାର୍ଯ୍ୟ ସଂପର୍କରେ ଆଲୋଚନା ହେବ । ଏହାସହ ବଜେଟ ଉପସ୍ଥାପନ ବିଧି ବିଧାନ ସଂପର୍କରେ ବିଧାୟକ ମାନଙ୍କୁ ଟ୍ରେନିଂ ଦିଆଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମଧ୍ଯ ଉପସ୍ଥିତ ରହିବେ ।

Also Read:-ଫଟୋ ଖୋଲିଦେଲା ବାଘ ରହସ୍ୟ ; ୬ ମାସ ଥିଲା ଛତିଶଗଡ଼ରେ, ଏବେ ଡେବ୍ରିଗଡ଼ରେ ମହାବଳ

ପରେ ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ଲାଗି ୧୭ ତାରିଖରେ ସର୍ବଦଳୀୟ ବୈଠକ ବସିବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢୀ ।