ପୁରୀ: ଦୀପାବଳିରେ ପୁରୀରେ ଏକ ବଡ଼ ଅଘଟଣ ଘଟିଯାଇଛି । ବାଣ ଫୁଟାଇବା ବେଳେ ଦୀପ ନିଆଁରୁ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୦ରୁ ଅଧିକ ଆହତ ହୋଇଥିବାବେଳେ ୭ ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Also Read: ବାପାଙ୍କ ମୃତଦେହ ନେଇ ଯାଉଥିଲା ପୁଅ, ଆମ୍ୱୁଲାନ୍ସ ଦୁର୍ଘଟଣାରେ ୩ମୃତ, ଜଣେ ଗୁରୁତର

ଆଜି ସନ୍ଧ୍ୟାରେ ବଳିଆପଣ୍ଡା ମଦନ ଭିଲା ପଛ ପଟେ ଦିଲ୍ଲୀପ ସିଂହଙ୍କ ଘରେ ଏହି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଗୁରୁତର ସଞ୍ଜୀବ ସରକାରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।ଅନ୍ୟ ଗୁରୁତର ହେଉଛନ୍ତି ସରସ୍ୱତୀ ଦେବନାଥ, ଲୋକନାଥ ବିଶ୍ୱାସ, ଅନୁକୂଳ ବିଶ୍ୱାସ, ଦିଲ୍ଲୀପ ସିଂହ, ତ୍ରିନାଥ ରେଡ୍ଡୀ, ଜଗନ୍ନାଥ ବଳିଆରସିଂ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବଳିଆପଣ୍ଡା ଓ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।