ରାୟଗଡ଼ା ୧୨/୦୨: ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ। ଆଜି ବନ୍ଦ ବେଳେ ଏଭଳି ଘଟଣା ଘଟିଛି ରାୟଗଡା ସହରର ଶିରିଗୁଡ଼ା ଛକରେ।

ସୂଚନା ଥାଉକି, ବିଭିନ୍ନ ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ୱାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦିଆଯାଇଥିଲା । ତେବେ ରାୟଗଡା ସହରରେ ବି ବନ୍ଦ ପାଳନ ହେଉଥିଲା । ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା । ତେବେ ଶତାଧିକ ଆନ୍ଦୋଳନ କାରି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଉପସ୍ଥିତ ଥିଲେ । ଏତିକିବେଳେ ସାମ୍ୱାଦିକ ମାନେ ବି ଖବର ସଂଗ୍ରହ କରୁଥିଲେ । ହେଲେ ପୋଲିସ ବସ ବ୍ରେକ୍ ଫେଲ ହୋଇ ହଠାତ୍ ଗଡିଗଲା ।

also read...

ବର ଫସିଗଲା 'ବନ୍ଦ'ରେ, ହଙ୍ଗାମା ହୋଇଗଲା ଜୟଦେବ ବିହାରରେ

ଏହା ଦେଖି ସମ୍ମୁଖରେ ଥିବା ଲୋକେ ଚିଲେଇଥିଲେ । ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ । କହିବାକୁ ଗଲେ ନବରଙ୍ଗପୁରରେ ମୂଖ୍ୟମନ୍ତ୍ରୀ ପ୍ରୋଗ୍ରାମ ନିମନ୍ତେ ରାୟଗଡ଼ାରୁ ପୋଲିସ ବସରେ ୩୮ ଜଣ ପୋଲିସ କର୍ମୀ ଉପସ୍ଥିତ ଥିଲେ । ଏନେଇ ଖବର ପାଇ ସ୍ଥଳରେ ଘଟଣା ସ୍ଥଳରେ ପହଁଚିଛି ।