ଭୁବନେଶ୍ୱର ୧୨।୦୨ : ବର ଫସିଗଲା ‘ ଭାରତ ବନ୍ଦ’ରେ  । ହଙ୍ଗାମା ହୋଇଗଲା ଜୟଦେବ ବିହାରରେ । ତଳେ ଦିଆଯାଇଥିବା ଏହି ଭିଡ଼ିଓକୁ ଦେଖନ୍ତୁ । କିପରି ଜଣେ ବର ବରଯାତ୍ରୀ ନେଇ ଯାଉଥିବା ବେଳେ ବନ୍ଦରେ ଫସିଯାଇଛନ୍ତି । ଯାହାଫଳରେ ଜୟଦେବ ବିହାରରେ କିଛି ସମୟ ପାଇଁ ଦେଖାଦେଇଥିଲା ଉତ୍ତେଜନା ।

ଏ ଖବର ବି ପଢନ୍ତୁ:- ବିବାଦ ତୁଟିବା ପରେ ମଞ୍ଚ ଚଢିଲେ ସାଇ-ପାୟଲ, ପୁଣି ଶୁଭିଲା ଦମ୍‌ଦାର୍ ଡାଏଲଗ୍‌

ବାଲେଶ୍ବର ସୋରରୁ ଖୋର୍ଦ୍ଧାକୁ ବିବାହ କରିବାକୁ ଆସିଥିଲେ ଅବଦ୍ଦୁଲ ଫାଇମ୍ ଖାନ୍। ହେଲେ ଜୟଦେବ ବିହାର ଛକରେ ବିକ୍ଷୋଭକାରୀ ଅଟକାଇଥିଲେ। ବେଶ୍ କିଛି ସମୟ ଯାଏଁ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ପରେ କିଛି ସମୟ ପରେ ବର ଓ ବରଯାତ୍ରୀକୁ ଆନ୍ଦୋଳନକାରୀମାନେ ରାସ୍ତା ଛାଡ଼ିଥିଲେ । ତେବେ ଏହି ଉତ୍ତେଜନାକୁ ନେଇ ବର କହିଛନ୍ତି ଯେ, ବନ୍ଦ ସଂପର୍କରେ କୌଣସି କଥା ମୁଁ ଜାଣିନଥିଲି । ବିବାହ କରିବାକୁ ଆମେ ଖୋର୍ଦ୍ଧା ଯାଉଛୁ ।   

 

ରାଜଧାନୀ ଭୁବନେଶ୍ବର, କଟକ, ବାଲେଶ୍ବର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ସାରା ରାଜ୍ୟରେ ବନ୍ଦ ପାଳନ କରାଯାଇଛି। ଗୁରୁବାର ସକାଳୁ କିଛି ଘଣ୍ଟା ଧରି ଭୁବନେଶ୍ବର ଜୟଦେବ ବିହାର ପ୍ରବଳ ହଙ୍ଗାମା କରିଥିଲେ ବିକ୍ଷୋଭକାରୀ। ଏନଏଚ୍ ୧୬କୁ ବନ୍ଦ କରି ବିକ୍ଷୋଭ କରିଥିଲେ। ବନ୍ଦ ଯୋଗୁଁ କିଛି କିଛି ସ୍ଥାନରେ ଗାଡ଼ି ଚଳାଚଳ ଉପରେ ପ୍ରଭାବ ଦେଖିବାକୁ ମିଳିଛି।

​​​​​​​ଏ ଖବର ବି ପଢନ୍ତୁ:- ୨୪ ବର୍ଷୀୟା ଶ୍ରୀଲିଲା ହେଲେ ଡାକ୍ତର; ଅଭିନୟ ସହିତ ହାସଲ କଲେ MBBS ଡିଗ୍ରୀ , ଭିଡିଓ ଭାଇରାଲ୍ ହେଲା