ଜି.ଉଦୟଗିରି ୫।୧୧: କନ୍ଧମା ଗିଡ଼ିପାବାଲିରୁ ମିଳିଲା ଗୋଟିଏ ପରିବାରର ୫ ମୃତଦେହ । ବାପା-ମାଆ, ଦୁଇ ଝିଅ ଓ ପୁଅର ମଳିଲା ମୃତଦେହ । ମୃତକ ମାନେ ହେଲେ ବିଜୟ ପ୍ରଧାନ, ସ୍ତ୍ରୀ ଭୂମିକା ପ୍ରଧାନ, ପୁଅ ଅରୁଣ ପ୍ରଧାନ, ଝିଅ ବିଜୟଲକ୍ଷ୍ମୀ ପ୍ରଧାନ, ଝିଅ ରାଜଲକ୍ଷ୍ମୀ ପ୍ରଧାନ ।

Also Read:- NAAC ମାନ୍ୟତା ନବୀକରଣ ହେବ, ୭ ବିଶ୍ୱବିଦ୍ୟାଳୟକୁ ସରକାର ଦେବେ ସମସ୍ତ ସହଯୋଗ

ତେବେ ଆହୁରି ୬ ଜଣ ନିଖୋଜଙ୍କୁ ଠାବ ପାଇଁ ଚାଲିଛି ରେସକ୍ୟୁ ଅପରେସନ୍। ଗୋଟିଏ ଦିନ ରେସକ୍ୟୁ ଅପରେସନ ସ୍ଥଗିତ ପରେ ଆଜି ପୁଣି ଆରମ୍ଭ ହୋଇଥିଲା ମଣିଷ ଖୋଜା ଅଭିଯାନ । ୮୦ ଜଣିଆ ଟିମ୍ ଗିଡିପାବାଲି ସ୍ଥିତ ଭୂସ୍ଖଳନ ସ୍ଥଳରେ ମଣିଷ ଖୋଜା ଜାରି ରଖିଛନ୍ତି । ଏଥିରେ ଟିମ୍କୁ ବଡ଼ ସଫଳତା ମିଳିଛି । ଗୁରୁବାର ମାଟି ତଳୁ ଗୋଟିଏ ପରିବାରର ୫ ଜଣଙ୍କର ମୃତଦେହ ମିଳିଲାଣି । ଜି. ଉଦୟଗିରି ତହସିଲଦାର ସ୍ପଟ୍ରେ ଉପସ୍ଥିତ ଅଛନ୍ତି ।