ଭୁବନେଶ୍ୱର ୧୫।୧୦ : ଛାତ୍ର ସଂସଦ ନିର୍ବାଚନ । ଚାରିଆଡେ ଚାଲିଛି ଭୋଟିଂ । ଏସବୁ ଭିତରେ ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟରୁ ଆସିଛି ଏକ ଅଜବ ଚିତ୍ର । ଯାହାକୁ ଦେଖିଲେ ଆପଣ ହୁଏତ ଟିକିଏ ଚକିତ ହୋଇଯିବେ ।

ଗୁରୁବାର ସକାଳ । ଜୋରସୋରରେ ଚାଲିଛି ଭୋଟିଂ । ହଠାତ୍ ରମାଦେବୀ ବିଶ୍ୱବିଦ୍ୟାଳୟ ଗେଟ୍ ସମ୍ମୁଖରେ ଏକ ଟେବୁଲ ଉପରେ ଶ୍ରୀମନ୍ଦିର ମହାପ୍ରସାଦ ରଖାଯାଇଥିବାର ଦେଖିବାକୁ ମିଳିଥିଲା । ଏହାସହିତ ଏକ ଗୋଲାପ ଗୁଚ୍ଛ ମଧ୍ୟ ରଖାଯାଇଥିଲା । ଏହା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରଖାଯାଇଥିଲା । ଯିଏ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରକୁ ଯାଉଛି, ତାଙ୍କୁ ଏକ ଫୁଲ ସହ ମହାପ୍ରସାଦ ଦିଆଯାଉଛି । ତେବେ ନିର୍ବାଚନରେ ଠାକୁରଙ୍କ ମହାପ୍ରସାଦ ଆଣି ବାଣ୍ଟିବା, କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Also Read:-ହ୍ରାଇଦ୍ରାବାଦ୍‌ ମ୍ୟାଚ୍‌ରେ ଫେଲ୍‌ ମାରିଲେ ବୋଲର, ଲାଇନ ଓ ଲେନ୍ଥରେ ହେଲାନି ବୋଲିଂ.. ବ୍ୟାଟରଙ୍କୁ ଦେଲେ କ୍ଲିନ୍‌ ଚିଟ୍‌

ସେପଟେ ସୁରକ୍ଷା ବଳୟ ଭିତରେ ରମାଦେବୀ ବିଶ୍ୱବଦ୍ୟାଳୟ । କ୍ୟାମ୍ପସ ଭିତରକୁ କେହି ନେଇ ପାରିବେ ନାହିଁ ମୋବାଇଲ । କଡ଼ାକଡ଼ି ଭାବେ ସମସ୍ତଙ୍କୁ ମନା ହୋଇଛି। ଡ୍ରେସ ଓ ଆଇ କାର୍ଡ ନଥିଲେ ଭିତରକୁ ପ୍ରବେଶର ଅନୁମତି ନାହିଁ । କଲେଜ କରିଡରରେ ଜଗିଛନ୍ତି HOD। ଭୋଟିଂ ଏରିଆରେ ସିସିଟିଭି ଲଗାଯାଇଛି। କିଛି ଅସୁବିଧା ନାହିଁ ବୋଲି ସୂଚନା ଦେଇଛନ୍ତି ରମାଦେବୀ ବିଶ୍ୱବଦ୍ୟାଳୟ ଜନ ସମ୍ପର୍କ ଅଧିକାରୀ।

Watch Video:-