ନବରଙ୍ଗପୁର ୦୧।୧୦ : ଝୁଲିପଡିଲେ ପ୍ରେମୀ ଯୁଗଳ । ଓଢ଼ଣୀ ଲଗାଇ ଗଛରେ ଝୁଲି ପଡ଼ିଲେ ପ୍ରେମୀଯୁଗଳ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନା ମକିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।

ଖବର ଅନୁଯାୟୀ, ଗାଁ ପାଖ କାଜୁ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଝୁଲୁଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।  ଗାଁ ପାଖ କାଜୁ ଗଛରେ ଓଢ଼ଣୀକୁ ଫାସ କରି ଝୁଲି ପଡ଼ିଛନ୍ତି।  ମୃତ ଯୁବକ ମକିଆ ଗାଁର ପବିତ୍ର ଭତରା ଆଉ ତାଙ୍କ ପ୍ରେମିକା।  ପ୍ରେମିକା ଜଣକ ନାବାଳିକା ବୋଲି ଜଣାପଡ଼ିଛି।

Also Read:-Asian Game: ଶେଷ ମିନିଟରେ ଗୋଲ୍, ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇ ଫାଇନାଲରେ ଭାରତ

ସେପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ମୃତ୍ୟୁ ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।