ଭୁବନେଶ୍ୱର ୧୦।୦୧ : ଦାଦାଗିରି । ବନ୍ଧୁକ ମୁନରେ ଅସଦାଚରଣ । ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଭୁବନେଶ୍ୱରର ନୟାପଲ୍ଲୀ ବେହେରା ସାହିରେ ଜଣେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଅସଦାଚରଣ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଘର ଭିତରେ ହଠାତ୍ ଜଣେ ଯୁବକ ପଶି ଆସି ବନ୍ଧୁକ ଦେଖାଇ ଅଶ୍ଳୀଳ ବ୍ୟବହାର କରିଥିବା ପୀଡ଼ିତା ଯୁବତୀ ତାଙ୍କ ଭଉଣୀଙ୍କ ସହ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣାସ୍ଥଳରେ ନିଜେ ଏସିପି ଏବଂ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତକୁ ଚିହ୍ନଟ କରିବା ବେହେରା ସାହି ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।

Also Read:-ଗାଁରେ ବ୍ୟାପିଲାଣି ଝାଡ଼ାବାନ୍ତି, ଗଲାଣି ୨ ଜୀବନ, ଏକାଧିକ ଗୁରୁତର