ନୂଆଦିଲ୍ଲୀ, ୦୩/୦୪ : ପ୍ରେମରେ ଉବୁଟୁବୁ ଥିଲେ ପ୍ରେମିକ ଏବଂ ପ୍ରେମିକା । ପରସ୍ପରକୁ ବହୁତ ଦିନ ପରେ ଦେଖି ନିୟନ୍ତ୍ରଣ କରିପାରିନଥିଲେ ନିଜକୁ । ଆରମ୍ଭ ହେଲା ପ୍ରେମାଳାପ । ଏହାପରେ ଦୁଇ ଜଣ ଦୁହିଁଙ୍କର ନିକଟତର ହେଲେ । କିନ୍ତୁ ସେମାନେ ଜାଣିନଥିଲେ ଏହି ପ୍ରେମ ଦିନେ କାଳ ହେବ । ଯାହାର କାରଣ ହେବ ପ୍ରେମିକା । କିଛି ଏପରି ଘଟଣା ଏବେ ଭାଇରାଲ ହେଉଛି ।

ପ୍ରେମରେ ଚୁମ୍ବନ ହେଉଛି ଏକ ପ୍ରକ୍ରିୟା । ପ୍ରେମିକ ପ୍ରେମିକା ହୁଅନ୍ତୁ ବା ସ୍ୱା-ସ୍ତ୍ରୀ, ଚୁମ୍ବନ ମାଧ୍ୟମରେ ନିଜ ପ୍ରେମକୁ ପ୍ରକାଶ କରନ୍ତି । ହେଲେ ଏବେ ଗଭୀର ଚୁମ୍ବନ ବା ଲଭ୍ ବାଇଟ୍ କାଳ ହୋଇଛି ଜଣେ ଯୁବକଙ୍କୁ । ପ୍ରେମିକାଙ୍କ ଲଭ୍ ବାଇଟରେ ସେ ପ୍ରାଣ ହରାଇଛନ୍ତି । ପ୍ରେମିକାଙ୍କ ଲଭ୍ ବାଇଟରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଛି । ଯାହା ପାଲଟିଛି ପ୍ରେମିକର ମୃତ୍ୟୁର କାରଣ ।

ରିପୋର୍ଟ ଅନୁସାରେ, ମେକ୍ସିକୋରେ ରୁହନ୍ତି ୧୭ ବର୍ଷୀୟ ଜୁଲିୟୋ ମାସିଏସ୍ । ପ୍ରେମିକାଙ୍କ ସହ ଡିନର କରୁଥିବା ବେଳେ ରେଷ୍ଟ୍ରୁରାଣ୍ଟରେ ତାଙ୍କୁ ଷ୍ଟ୍ରୋକ୍ ଆସିଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । କୁହାଯାଉଛି ଯେ, ଡିନର୍ କରିବା ପୂର୍ବରୁ ଜୁଲିୟୋ ପ୍ରେମିକାଙ୍କ ସହ କିଛି ସମୟ କାଟିଥିଲେ । ପ୍ରେମିକା ତାଙ୍କ ବେକକୁ ଗଭୀର ଚୁମ୍ବନ ବା ଲଭ୍ ବାଇଟ୍ ଦେଇଥିଲେ । ଫଳରେ ତାଙ୍କ ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧି ଯାଇଥିଲା ।

Also Read :-ସ୍ତ୍ରୀକୁ ସଜେଇଦେଲା ଯୌନଦାସୀ : ସଇତାନ ସ୍ୱାମୀର କାରନାମା ଶୁଣିଲେ ଛାତି ଥରି ଉଠିବ...

ପ୍ରେମିକା ଫେରାର

ଘଟଣା ପରେ ୨୪ ବର୍ଷୀୟା ପ୍ରେମିକା ଫେରାର ଅଛନ୍ତି । ଜୁଲିୟୋଙ୍କ ପରିବାର ଲୋକେ କହିଛନ୍ତି ଯେ, ପ୍ରେମିକା ହିଁ ପୁଅର ମୃତ୍ୟୁ ପାଇଁ ଦାୟୀ । ତେବେ ସମାନ ଘଟଣା ୨୦୧୧ରେ ନ୍ୟୁଜିଲାଣ୍ଡରେ ଘଟିଥିଲା । ଏଠାରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କ ବେକରେ ଲଭ୍ ବାଇଟ୍ ଦେଇଥିଲେ । ଯେଉଁଥି ପାଇଁ ପ୍ରେମିକାଜଣଙ୍କ ପ୍ରାଣ ହରାଇଥିବା ସେତେବେଳେ ଦାବି କରାଯାଇଥିଲା ।

ବ୍ରେନ୍ ଷ୍ଟ୍ରୋକ୍ ର କାରଣ

ସାଧାରଣତଃ ଉଚ୍ଚ ରକ୍ତଚାପ ହିଁ ବ୍ରେନ୍ ଷ୍ଟ୍ରୋକ୍ ର ମୁଖ୍ୟ କାରଣ । ଏହାଦ୍ୱାରା ମସ୍ତିଷ୍କରେ ହଠାତ ରକ୍ତ ଜମାଟ ବାନ୍ଧିଯାଏ । ଫଳରେ ରକ୍ତ ଚଳାଚଳ କରିପାରିବେ । ଏହାଦ୍ୱାରା ବ୍ୟକ୍ତି ପାରାଲିସିସ୍ ର ଶିକାର ହୋଇଯାଆନ୍ତି । ସେହିପରି ରକ୍ତରେ କୋଲେଷ୍ଟ୍ରୋଲ ବୃଦ୍ଧି ମଧ୍ୟ ବ୍ରେନ୍ କିମ୍ବା ହାର୍ଟ୍ ଷ୍ଟ୍ରୋକ୍ ର ଅନ୍ୟତମ କାରଣ ବୋଲି ବିଶେଷଜ୍ଞ ମତ ଦିଅନ୍ତି ।