ଲଣ୍ଡନ, ୦୨/୦୪ : ସଇତାନ ସ୍ୱାମୀ । ସ୍ତ୍ରୀକୁ ସଜାଇଲା ଯୌନଦାସୀ । ପର ପୁରୁଷଙ୍କୁ ବିକ୍ରି କଲା । ଜଣଙ୍କୁ ନୁହେଁ ଏମିତି ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ବିକିଲା ସ୍ୱାମୀ । ସମସ୍ତଙ୍କ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କଲା । ଏପରି କିଛି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ରିପୋର୍ଟ ଅନୁସାରେ, ୬୨ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ଜଣେ ମହିଳା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ହେଲା କି, ସ୍ୱାମୀ ତାଙ୍କୁ ୧୨୦ ଜଣ ବ୍ୟକ୍ତିଙ୍କୁ ବିକ୍ରି କରିଛନ୍ତି । ଏହାସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଛନ୍ତି । କେବଳ ଟଙ୍କା ପାଇଁ ସ୍ୱାମୀ ଏତେ ତଳକୁ ଖସି ଯାଇଛନ୍ତି । ପ୍ରାୟ ତିନି ବର୍ଷ ଭିତରେ ଟଙ୍କା ପାଇଁ ଏତେ ଜଣ ପର ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ମହିଳା ପ୍ରକାଶ କରିଛନ୍ତି ।

ପୋଲିସର ତଦନ୍ତ ଆରମ୍ଭ

ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ସ୍ୱାମୀ ଗିରଫ ହୋଇଛନ୍ତି । ସ୍ୱିଡେନ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି । ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଲାଗିଛି । ତେବେ ଗତ ଅକ୍ଟୋବରରେ ବ୍ୟକ୍ତି ଜଣଙ୍କୁ ପୋଲିସ ଗିରଫ କରିଥିଲା । ଅଭିଯୋଗ ଥିଲା ଯେ, ସେ ତାଙ୍କ ପତ୍ନୀଙ୍କୁ ନେଇ ଅନଲାଇନରେ ବିଜ୍ଞାପନ ଦେଇଥାନ୍ତି । ପତ୍ନୀଙ୍କୁ ଦେହଜୀବୀ ଭାବେ ଚିତ୍ରଣ କରାଯାଇ ବିଜ୍ଞାପନରେ ଦର୍ଶାଯାଇଥାଏ । କେହି ଗରାଖ ମିଳିଲେ ପତ୍ନୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରଯାଏ । ଖାଲି ଏତିକି ନୁହେଁ ସେ ତାଙ୍କ ପତ୍ନୀଙ୍କୁ ନିଶାର ଜାଲାରେ ମଧ୍ୟ ଫସାଇଛନ୍ତି ।

ଓକିଲଙ୍କ ଯୁକ୍ତି

ମହିଳାଙ୍କ ଓକିଲ ଇଡା ଆଲନଷ୍ଟେଡି କହିଛନ୍ତି ଯେ, ୨୦୨୨ ଅଗଷ୍ଟ ୧୧ରୁ ଅକ୍ଟୋବର ୨୧ ଯାଏଁ ମହିଳାଙ୍କ ସହ ପାଶବିକ ଅତ୍ୟାଚାର କରାଯାଉଥିଲା । ମହିଳାଙ୍କୁ ଦ୍ରବ୍ୟ ଭାବେ ସେ ବ୍ୟବହାର କରୁଥିଲେ । ଏପରିକି ସେ ସ୍ୱାମୀଙ୍କ ଦ୍ୱାରା ୮ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ମାମଲାରେ ଅନ୍ୟ ୨୬ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ହୋଇଥିବା ଇଡା କହିଛନ୍ତି ।