ଭୁବନେଶ୍ବର ୭।୧୧: ଗଞ୍ଜାମ ସେରଗଡରେ ପହଞ୍ଚିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ନବୀନ । ବନ୍ୟା ବିପନ୍ନଙ୍କୁ ଭେଟିବା ପରେ ରିଲିଫ୍ ସମ୍ପର୍କରେ ଆଲୋଚନା କରିବାର ରହିଛି କାର୍ଯ୍ୟକ୍ରମ l ଏହାପରେ ହିଞ୍ଜିଳି ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି l

ହିଞ୍ଜିଳି ମିନି ଷ୍ଟାଡିୟମ୍ ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚିଥିଲେ ନବୀନ । ଏହାପରେ ସଡ଼କ ପଥରେ ନୂଆ ବୁରୁପୁଡ଼ା ପଂଚାୟତ ଅଞ୍ଚଳ ଗସ୍ତ କରିବେ l ସେଠାରେ ଚାଷ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରି ଚାଷୀ ଓ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିବେ l

ଦିନ ୧ଟା ୫ ମିନିଟ୍ରେ ଶେରଗଡ଼ ଛାଡି ଆସିକା ଅଭିମୁଖେ ଗସ୍ତ କରିବେ ନବୀନ l ଦିନ ୧ଟା ୨୦ ମିନିଟ୍ରେ କୋଟିନାଡ଼ା ବିଜ୍ଞାନ ମହାବିଦ୍ୟାଳୟ ଆସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିବେ । ଦିନ ସାଢେ ୧ଟାରେ ଆସିକାରେ ପହଞ୍ଚିବେ l ଆସିକାରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିବେ l ଦିନ ୨ଟା ୨୫ ମିନିଟ୍ରେ ଆସିକା ଛାଡି ସୋରଡ଼ା ଅଭିମୁଖେ ଗସ୍ତ କରିବେ l ସାଢେ ୨ଟାରେ କନ୍ଧୁଣିଦେବୀ ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚି ବାଲିଗୋଚ୍ଛା ଅଭିମୁଖେ ଗସ୍ତ କରିବେ । ସେଠାରେ ବନ୍ୟା ବିପନ୍ନଙ୍କୁ ଭେଟିବା ପରେ ରିଲଫ୍ ସମ୍ପର୍କରେ ଅଫିସରଙ୍କ ସହ ଆଲୋଚନା କରିବେ ନବୀନ l ଏହାପରେ ଦିନ ସାଢେ ୩ଟାରେ ସୋରଡ଼ା ଛାଡି ଭୁବନେଶ୍ୱର ଅଭିମୁଖେ ବାହାରିବେ l ଅପରାହ୍ନ ୪ଟା ୧୦ ମିନିଟ୍ରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ।