ଜି.ଉଦୟଗିରି ୭।୧୧: ଶନିବାର ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା କଳିଙ୍ଗା ଘାଟି । ଦୀର୍ଘ ୪୫ ଦିନ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା କଳିଙ୍ଗା ଘାଟି । ଏହି ଘାଟିଟି ଖୋଲିବା ଦ୍ବାରା ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଲୋକେ ଯାତାୟତ କରିବାରେ ସୁବିଧା ପାଇପାରିବେ ।

ତେବେ ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ଭୂ-ସ୍ଖଳନ ସହ ନିର୍ମାଣାଧିନ ରାସ୍ତା ୨୦୦ ମିଟର ପର୍ଯ୍ୟନ୍ତ ଧୋଇ ହୋଇଯାଇଥିଲା । ସେଥିପାଇଁ ସେପ୍ଟେମ୍ବର ୨୩ରୁ ବନ୍ଦ ଥିଲା କଳିଙ୍ଗା ଘାଟି । ଯେଉଁଥି ପାଇଁ ସେହି ରାସ୍ତା ଦେଇ ଯାଆସ ପାଇଁ ବାରଣ କରାଯାଇଥିଲା । ଜିଲ୍ଲାପାଳ ଏହି ଘାଟି ରାସ୍ତା ଦେଇ ଯିବାଆସିବା କରିବା ପାଇଁ ବାରଣ କରିଥିଲେ । କଳିଙ୍ଗା ପଥପ୍ରାନ୍ତ ଠାରେ ଜି.ଉଦୟଗିରି ପୋଲିସ ପକ୍ଷରୁ ନାକାବନ୍ଦୀ କରାଯାଇଥିଲା । ଆଜି ଦୀର୍ଘ ୪୫ ଦିନ ପରେ ଘାଟି ରାସ୍ତାରେ ଯିବା ଆସିବା କରିବାକୁ ଜିଲ୍ଲାପାଳ ଅନୁମତି ଦେବା ପରେ କନ୍ଧମାଳ ଜିଲ୍ଲା ଲୋକେ ବିଶେଷ ଉପକୃତ ହେବେ ।

Also Read:- ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ନିଷ୍ପତ୍ତି, ଏଥର ମୁଖ୍ୟମନ୍ତ୍ରୀ ନିବାସରେ ପାଳନ ହେବନି ଦୀପାବଳି

ସେହିପରି ଗାଜଲ ବାଡି ଘାଟି ରାସ୍ତାକୁ ମଧ୍ଯ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅର୍ଣ୍ଣବ ବାତ୍ୟାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ି, ସୋରଡ଼ାକୁ ସଂଯୋଗ କରୁଥିବା ଗାଜଲ ବାଡି ଘାଟିକୁ ଗତ ୨୭ ତାରିଖରୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା ।

Watch Video: