କଳାହାଣ୍ଡି ୦୭।୧୧ : କେନାଲ ଗେଟ୍ରେ ଝୁଲୁଛି ଯୁବକଙ୍କ ମୃତଦେହ। ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟା ? ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରେ ଏଭଳି ଏକ ଘଟଣାକୁ ନେଇ ଚାଞ୍ଚଲ୍ୟ। ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ଖବର ଅନୁଯାୟୀ, କେନାଲ ଗେଟ୍ରେ ଝୁଲୁଛି ମୃତଦେହ। ସକାଳୁ ସକାଳୁ ଏଭଳି ଦୃଶ୍ୟ ଦେଖି ଆତଙ୍କିତ ହୋଇପଡ଼ିଲେ ସ୍ଥାନୀୟ ଲୋକେ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମତୁଆଲଗୁଡ଼ା ନିକଟ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ଚେନାଲ ଗେଟ୍ରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତ ଯୁବକ ହେଉଛନ୍ତି ମତୁଆଲଗୁଡ଼ା ଗ୍ରାମର ୨୫ ବର୍ଷୀୟ ଭାରତ କରୁଆ। ଘଟଣା ସମ୍ପର୍କରେ ଖବର ପାଇ ମୋଟେର ଫାଣ୍ଡି ଓ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Also Read:-ଝାରସୁଗୁଡ଼ାରୁ ନିଖୋଜ, ସୁନ୍ଦରଗଡ଼ ଜଙ୍ଗଲରେ ମିଳିଲା ଯବାନଙ୍କ ମୃତଦେହ

ତେବେ ଭାରତଙ୍କ ମୃତ୍ୟୁକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏହା ଆତ୍ମହତ୍ୟା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି। ତେବେ ଯୁବକଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।