ଭୁବନେଶ୍ୱର ୦୮।୦୨ : ବରଯାତ୍ରା ବେଶରେ ଆସିଲେ । ଭଦ୍ରମୁଖାରେ ଭୋଜି ଖାଇଲେ । ଆଉ ସମୟ ଦେଖି ମଣ୍ଡପରୁ ଚମ୍ପଟ ମାରିଲେ । ସାଥୀରେ ନେଇଗଲେ ପୁଳାପୁଳା ଜିନିଷ । ଭୁବନେଶ୍ୱରର ଏକ ତାରକା ହୋଟେଲ୍ରେ ଅନୁଷ୍ଠିତ ବିବାହ ଉତ୍ସବରେ ଏମିତି କିଛି ଲୁଟ୍ର ଘଟଣା ଦେଖିବାକୁ ମିଳିଛି। ସିସିଟିଭିରେ ପୁରା ଘଟଣାର ଚିତ୍ର ରେକର୍ଡ ହୋଇଛି । ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।

ଏ ଖବର ବି ପଢନ୍ତୁ:- ପରୀକ୍ଷା ସୁପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ସତର୍କ ଏବଂ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଖବର ଅନୁଯାୟୀ, ଭୁବନେଶ୍ୱରର ଏକ ତାରକା ହୋଟେଲ । ଯେଉଁଠାରେ ଏକ ବିବାହ ଉତ୍ସବ ଚାଲିଥିଲା । ଶନିବାର ରାତିରେ ସଙ୍ଗୀତ ଉତ୍ସବ ଥିଲା । ଏହି ସମୟରେ ଝିଅଙ୍କୁ ଅନେକ ଗିଫ୍ଟ ମିଳିଥିଲା । ସମସ୍ତ ବିବାହ ଉତ୍ସବରେ ବ୍ୟସ୍ତ ଥିବା ବେଳେ ଘଟିଲା ଅଘଟଣ । ଜଣେ ଭଦ୍ରମୁଖା ଲୁଟେରା ମଣ୍ଡପ ଭିତରେ କୌଣସି କ୍ରମେ ପଶିଯାଇଥିଲା । ସେଠାରେ ଖାଇ-ପିଇ ଝିଅକୁ ମିଳିଥିବା ଗିଫ୍ଟ ନେଇ ଚମ୍ପଟ ମାରିଥିଲେ । ତେବେ ଲୁଟ୍ କାରବାରର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି ।

ସେପଟେ ଲୁଟ୍ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହିତ ସିସିଟିଭିରେ ରେକର୍ଡ ହୋଇଥିବା ବ୍ୟକ୍ତି ଜଣଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛି ପୋଲିସ ।

ଏ ଖବର ବି ପଢନ୍ତୁ:- ପ୍ୟାଭିଲିୟନ ଫେରୁଥିଲେ ଜଣଙ୍କ ପରେ ଜଣେ ବ୍ୟାଟର୍, କିନ୍ତୁ ଗମ୍ଭୀରଙ୍କ ଗୋଟିଏ କଥା ବଦଳାଇ ଦେଲା ସବୁ କିଛି