ବେଙ୍ଗାଲୁରୁ,|୦୭: ମହିଳା ଅଧିକାରୀଙ୍କ ଘରେ ପଶିଗଲେ ଦୁର୍ନୀତି ନିବାରଣ ଅଧିକାରୀଙ୍କ ଟିମ୍ । ଯାହା ଦେଖିଲେ ଆଖି କାବା ହୋଇଗଲା । ସିନ୍ଦୁକ ହେଉ କି ଆଲମାରୀ । ବାକ୍ସ ହେଉ କି ଆଟାଚି । ଯାହାକୁ ଖୋଲିଲେ ବାହାରିଲା ପୁଲା ପୁଳା ସୁନା ଅଳଙ୍କାର । ଅଧିକାରୀମାନେ ଖୋଜି ଖୋଜି ଗହଣା ବାହାର କରି ଥକିଗଲେ ।

ରିପୋର୍ଟ ଅନୁସାରେ,କର୍ଣ୍ଣାଟକ ଲୋକାୟୁକ୍ତ ବୁଧବାର ରାଜ୍ୟର ଅନେକ ଜାଗାରେ ଚଢଉ କରିଛନ୍ତି । ୧୦ ଜଣ ସରକାରୀ ଅଧିକାରୀଙ୍କ ବାସଭବନରେ ରେଡ୍ ହୋଇଛି । ଏହି ସମସ୍ତ ଅଧିକାରୀ ନିଜ ଆୟଠୁ ଅଧିକ ପରିମାଣର ସମ୍ପତ୍ତି ଠୁଳ କରିଥିଲେ ।

ଅଧିକାରୀଙ୍କ କହିବାନୁସାରେ, ବେଙ୍ଗାଲୁରୁ ସିଟି, ସାଉଥ୍, ରାୟପୁର, ଚିତ୍ରଦୂର୍ଗ, ତୁମକୁରୁ, ଶିବଭୋଗା ଏବଂ କଲବୁରୀରେ ରେଡ୍ ହୋଇଛି । ଅଧିକାରୀଙ୍କ ଅଫିସ ସମେତ ବାସଭବନରେ ଛାନଭୀନ୍ ଜାରି ରହିଛି । ଏହା ମଧ୍ୟରେ ମହିଳା କୃଷି ଅଧିକାରୀ ପୁଷ୍ପାଙ୍କ ଘରୁ ଅଧିକ ମାତ୍ରାରେ ସୁନା ଅଳଙ୍କାର ଜବତ ହୋଇଛି । ଏହାସହ ନଗଦ ଅର୍ଥ ଜବତ କରାଯାଇଛି । ଯାହାକୁ ଓଜନ କରିବା ପାଇଁ ବାହାରୁ ସୁନା ଦୋକାନୀଙ୍କୁ ଡକାଯାଇଛି ।

Also Read :- ଭୁବନେଶ୍ବର ଆଜାଦ ନଗର ବିସ୍ଫୋରଣ ମାମଲା : ୭ ମାସ ପରେ ୟୁପିରୁ ଆଉ ଜଣକୁ ଗିରଫ କଲା NIA

ପୁଷ୍ପାଙ୍କ ଘରୁ ମିଳିଥିବା ସୁନା ଅଳଙ୍କାର ଏବଂ ଟଙ୍କାର ଗଣତି ମଣତି ଜାରି ରହିଛି । ଏହାର ସମ୍ପୂର୍ଣ୍ଣ ଗଣନା ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

ଅନ୍ୟ ଅଧିକାରୀଙ୍କ ଘରେ ରେଡ୍

ଲୋକାୟୁକ୍ତ ଅନ୍ୟ ଯେଉଁ ସବୁ ଅଧିକାରୀଙ୍କ ଘରେ ରେଡ୍ କରିଛନ୍ତି ସେମାନେ ହେଲେ ଜଳ ନିଗମ ଅଧିକାରୀ ବସନଗୌଡ ପାଟିଲ, କୃଷି ବିଶ୍ୱବିଦ୍ୟାଳୟ ପ୍ରଫେସର ଶଙ୍କର ଏମ୍, ଫରେଷ୍ଟର ଦୁଗପ୍ପା ବି ଏଚ୍ । ଏମାନଙ୍କ ବ୍ୟତୀତ ପୂର୍ତ୍ତ ବିଭାଗର ଯନ୍ତ୍ରୀ ନରେନ୍ଦ୍ର କୁମାର, ପ୍ରବୀଣ ବି ଶ୍ରୀ ହରି, ଏବଂ କୃଷି ଅଧିକାରୀ ପୁଷ୍ପା ଡି ଆର୍ ଙ୍କ ଘରେ ରେଡ୍ ଚାଲିଛି ।