ଭୁବନେଶ୍ବର ୮।୭: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଆଜାଦ ନଗର ବୋମା ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ । ରୋହନ ରଞ୍ଜନ ରାଉତରାୟକୁ ଗିରଫ କଲା NIA । ରୋହନକୁ ୟୁପିରୁ ଗିରଫ କରାଯାଇଛି । ରୋହନର ଘର ପଟିଆରେ । ପୂର୍ବରୁ ଆଜାଦ ନଗରରେ ପହଞ୍ଚି ସରଜମିନ ଯାଞ୍ଚ କରିଥିଲା NIA ଟିମ୍ । ବିସ୍ଫୋରଣ ଘଟଣା, ଅପରାଧିକ ଲିଙ୍କ୍, ଆତଙ୍କୀ ହମ୍‌ଲା ସମ୍ପର୍କିତ ତଦନ୍ତ କରୁଛି NIA ।

ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ ନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତା' ମାଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । NIA ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତର ପୂରା ଭାର କମିଶନରେଟ୍ ପୋଲିସ ଠାରୁ ହାତକୁ ନେଇଛି ।

Also Read:- ଗାଧୋଇବାକୁ ଯାଇ ଦୁଇ ଯୁବକ ନିଖୋଜ : ରାତିସାରା ଚାଲିଲା ଖୋଜା, ମିଳିଲାନି ପତ୍ତା

ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDXର ବ୍ୟବହାର, ମଫିର ଆନ୍ତରାଜ୍ୟ ଲିଙ୍କ୍, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼ । ଠିକ୍ ସେହିପରି ଏତେ ପରିମାଣର RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି NIA । ସେପଟେ ଏହି ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ପଚରାଉଚରା କରିଛି NIA ।