ଦିଗପହଣ୍ଡି ୦୬।୦୮ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗାଁରେ ଅଘଟଣ । ବିଷାକ୍ତ ସାପର ଚୋଟରେ ଚାଲିଗଲା ଜୀବନ । ମୃତକ ଏ ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗୁରୁବାର ସକାଳୁ ସକାଳୁ ସାଇଆମ୍ମା ଘର ଭିତରୁ ବାଡ଼ିପଟକୁ ଯିବା ପାଇଁ କବାଟ ଖୋଲୁଥିଲେ । ଠିକ୍ ଏହି ସମୟରେ ତାଙ୍କ ଡାହାଣ ଗୋଡ଼କୁ ଏକ ବିଷଧର ସାପ ଚୋଟ ମାରିଥିଲା । ଯାହା ପରେ ସେ ଜୋରରେ ପାଟି କରିବାରୁ ପରିବାର ଲୋକ ଦୌଡ଼ି ଆସିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏପିରିକି ମେଡିକାଲ ନେବା ସମୟରେ ଘଟଣାସ୍ଥଳରୁ ଏକ ବିଷାକ୍ତ ସାପ ଯାଉଥିବାର ଦେଖିଥିଲେ ପରିବାର ଲୋକେ ।

Also Read:-ମାରିଲା ଚଡ଼କ, ଛଟପଟ ହୋଇ ମରିଗଲେ ୧୪ ବ୍ୟକ୍ତି, ୮ ଗୁରୁତର

ଅନ୍ୟପଟେ ସାଇଆମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସାଇଆମ୍ମାଙ୍କ ମୃତ୍ୟୁ ଖବର ଶୁଣି ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି ।