ଭୁବନେଶ୍ୱର ୩।୭: ଫିଡ୍ସ ମାରିବା ମିଛ କଥା.. ପର୍ସ ଛାଡିବା ମଧ୍ୟ ମିଛ.. ସବୁଠୁ ବଡ଼ କଥା ହେଲା ସୌମ୍ୟ ଯୁବତୀଙ୍କୁ କିସ୍ କରିବା କଥା ମଧ୍ୟ ମିଛ.. ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ସାଙ୍ଗ ଓମ୍ ପ୍ରକାଶର ହେଲା ମିଛ ଧରା ପରୀକ୍ଷା ।

Also Read:- ୧୦ ବରିଷ୍ଠ IAS ଅଧିକାରୀ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ନିଯୁକ୍ତ, ୫ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

ରାଜ୍ୟ ଫୋରେନସିକ୍ ଲ୍ୟାବରେ ଓମ୍ ପ୍ରକାଶର ହେଲା ଲାଏ ଡିଟେକ୍ସନ ଟେଷ୍ଟ । ପ୍ରାୟ ଦୁଇ ମାସ ପରେ ଓମ୍ ପ୍ରକାଶକୁ ନେଇ SFSL ରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଦୀର୍ଘ ୩ ଘଣ୍ଟା ଧରି ଚାଲିଲା ମିଛ ଧରା ପରୀକ୍ଷା । କ୍ରାଇମବ୍ରାଞ୍ଚର ୭୦ ପ୍ରଶ୍ନର ଉତ୍ତର ରଖିଲେ ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ । କ୍ରାଇମବ୍ରାଞ୍ଚର ସାଇଣ୍ଟଫିକ୍ ଟିମ୍ ଓମ୍ର ଲାଏ ଡିଟେକ୍ସନ ଟେଷ୍ଟ କରିଥିଲେ । ଉପସ୍ଥିତ ଥିଲେ ତଦନ୍ତକାରୀ ଅଧିକାରୀ ଏବଂ ଜଣେ ଡାକ୍ତର ।