ଭୁବନେଶ୍ବର ୨୪।୧୦: ସମ୍ଭାବ୍ୟ ବାତ୍ୟା ପାଇଁ କୃଷି ଭବନରେ ବସିଲା ସମୀକ୍ଷା ବୈଠକ । ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ସାଇକ୍ଲୋନିକ ଷ୍ଟର୍ମକୁ ଦୃଷ୍ଟିରେ ରଖି କୃଷି ବିଭାଗ କ’ଣ ପଦକ୍ଷେପ ନିଆଯିବ ସେ ନେଇ ବୈଠକରେ ଚର୍ଚ୍ଚା ଆଲୋଚନା ହେଉଛି । କୃଷି ବିଭାଗ ସମୀକ୍ଷା ବୈଠକ ପରେ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ କହିଛନ୍ତି, କୃଷି ବିଭାଗର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।

ଚାଷୀଙ୍କ ପାଇଁ ଆଡ଼ଭାଇଜରି ଜାରି କଲା କୃଷି ବିଭାଗ:

* ଧାନ ପାଚିଥିଲେ ଅମଳ କରି ଘୋଡେଇ ରଖିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ।

* ପାଚି ନ ଥିଲେ ଅମଳ ନକରିବାକୁ ପରାମର୍ଶ ।

* ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲାପାଳଙ୍କୁ ସହ ସମନ୍ୱୟ ରକ୍ଷା କରି ବିଭାଗ ସହ ଯୋଗାଯୋଗରେ ରହିବେ ।

* କଣ୍ଟ୍ରୋଲ୍ ରୁମ୍‌ରେ ରହିବେ ଉପମୁଖ୍ୟମନ୍ତ୍ରୀ ଓ କୃଷି ସଚିବ ।

* ଜିରୋ କାଜୁଆଲଟି ସରକାରଙ୍କ ଲକ୍ଷ୍ୟ ।