ଭୁବନେଶ୍ୱର ୦୨।୦୫ : ବିଜେଡିକୁ ଆଇନ ମନ୍ତ୍ରୀଙ୍କ କଡ଼ା ଜବାବ । ଅର୍ଥ ମନ୍ତ୍ରୀଙ୍କୁ ନବୀନ ଚିଠି ଲେଖି ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଦାନ ମାଝୀ ଘଟଣା ସମୟରେ କଣ ହୋଇଥିଲା ? ସେତେବେଳେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ସେ ଭୁଲି ଯାଇଛନ୍ତି । ଦାନ ମାଝୀ ଘଟଣାରେ ସମ୍ପୂର୍ଣ ରାଜ୍ୟ ସରକାରଙ୍କ ଭୁଲ ଥିଲା, ସେତେବେଳେ କିଏ କାହାକୁ ଚିଠି ଲେଖିଥିଲା । ଦାନ ମାଝୀ ଭଳି ଅନେକ ଘଟଣା ତାଙ୍କ ସରକାର ସମୟରେ ହୋଇଥିଲା, ଯାହାର ସେ ପର୍ଯ୍ୟାଲୋଚନା ଆଜି ପର୍ଯ୍ୟନ୍ତ କରିନାହାନ୍ତି । ଚିଠି ଲେଖା ନେତା ଚିଠି ଲେଖିବା ଛଡା, ସୋସିଆଲ ମିଡ଼ିଆରେ ଗାଳି ଦେବା ଛଡା ଅଧିକ କିଛି କରିପାରିବେ ନାହିଁ । ସେ ଚିଠି ଲେଖିବା କଥା ଲେଖନ୍ତୁ, ଯାହା କରିବା କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି । ସେ ଚିଠି ଲେଖିବା ଡ୍ରାମା ବନ୍ଦ କରନ୍ତୁ ।

ସେହିପରି ବର୍ତ୍ତମାନ ଯେଉଁ ଜିତୁ ମୁଣ୍ଡା ଘଟଣା ଘଟିଛି । ତାହା ଗୋଟେ ବ୍ୟାଙ୍କିଙ୍ଗ ସମସ୍ୟା ଥିଲା । ଯେଉଁଥିରେ ସେମାନେ ସହୃଦୟତା ସହିତ କରିବାର ଥିଲା, ଯାହା ସେମାନେ କରିନାହାନ୍ତି | ଏଥିପାଇଁ ମୁଖ୍ୟମନ୍ତ୍ରୀ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାର ଲଗାତର ଭାବେ ଏହି ଘଟଣା ଉପରେ ନଜର ରଖିଛନ୍ତି ।

Also Read:-ଜିତୁ ମୁଣ୍ଡାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ଫିଜିକ୍ସ ଓ୍ବାଲାହ ପ୍ରତିଷ୍ଠାତା

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ମଲ୍ଲିପୋଶୀ ଗାଁରେ ଏକ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭାଇ ନିଜ ଭଉଣୀର ଗଳିତ ଶବକୁ ଗାତରୁ କାଢି ଥିଲେ । ଏହାପରେ ବ୍ୟାଙ୍କ ସମ୍ମୁଖରେ ରଖି ଟଙ୍କା ପାଇଁ କହିଥିଲେ । ଏହି ପ୍ରସଙ୍ଗ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଶନିବାର ଦିନ ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ବ୍ୟାଙ୍କିଂ ବ୍ୟବସ୍ଥାକୁ ନେଇ ନବୀନ ପ୍ରଶ୍ନ ଉଠାଇଥିଲେ । ଯାହାକୁ ତୁରନ୍ତ ସମାଧାନ କରିବାକୁ ଆରବିଆଇଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅନୁରୋଧ ମଧ୍ୟ କରିଛନ୍ତି ।