ମୁମ୍ବାଇ : ମନୋରଞ୍ଜନ ଦୁନିଆ ବାହାରୁ ଯେତିକି ଚକାଚକ୍ , ଭିତରୁ ସେତିକି ନୁହେଁ । ଏହି ଦୁନିଆ ଭିତରେ ଅଭିନେତା-ଅଭିନେତ୍ରୀଙ୍କୁ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥାଏ। ବିଶେଷକରି କାଷ୍ଟିଂ କାଉଚ୍କୁ ନେଇ ଅନେକ ଅଭିନେତ୍ରୀ ନିଜ ଅନୁଭୂତିକୁ ସାମ୍ନାକୁ ଆଣିଛନ୍ତି । ସେହିପରି ଏଥିରୁ ବାଦ୍ ପଡ଼ି ନାହାନ୍ତି, ଟିଭି ଅଭିନେତ୍ରୀ ଲଭିନା ଟଣ୍ଡନ । ସେ ମଧ୍ୟ ନିଜ କ୍ୟାରିୟରରେ ଏଭଳି କିଛି ଅନୁଭବର ସାମ୍ନା କରିଥିବା କଥା ଏକ ପୁରୁଣା ସାକ୍ଷାତକାରରେ କହିଥିଲେ ।

ଲଭିନା ଟଣ୍ଡନ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ‘ଜୋଦ୍ଧା ଅକବର’ ଧାରାବାହିକର ରୁକୈୟା ବେଗମ୍ ଭୂମିକା ପାଇଁ ବେଶ୍ ପରିଚିତ। ଏହି ଚରିତ୍ର ତାଙ୍କୁ ଘରେ ଘରେ ପରିଚୟ ଦେଇଥିଲା। ତେବେ ଅଭିନୟ କ୍ୟାରିୟରର ଆରମ୍ଭ ଦିନଗୁଡ଼ିକରେ ସେ କାଷ୍ଟିଂ କାଉଚ୍ ର ଶିକାର ହୋଇଥିଲେ। SWITCH ସହ ଏକ ପୁରୁଣା ସାକ୍ଷାତକାରରେ ଲଭିନା କାଷ୍ଟିଂ କାଉଚ୍ ବିଷୟରେ ନିଜ ଅଭିଜ୍ଞତା ସେୟାର କରିଥିଲେ। ତାଙ୍କ କହିବା ଅନୁସାରେ, ତାଙ୍କୁ କ୍ୟାରିୟରରେ ଏଭଳି ପ୍ରସ୍ତାବ ଦୁଇଥର ମିଳିଥିଲା।ଲଭିନା କହିଥିଲେ ଯେ, ବହୁ ବର୍ଷ ପୂର୍ବରୁ ଜଣେ ବ୍ୟକ୍ତି ଦକ୍ଷିଣ ଭାରତୀୟ ଫିଲ୍ମ ନିର୍ମାଣ କରୁଥିବା କହି ତାଙ୍କୁ ଏକ ଭୂମିକା ପାଇଁ ଅଫର ଦେଇଥିଲେ। ଫିଲ୍ମରେ ପ୍ରାୟ ୧୦ରୁ ୧୫ ଦିନ କାମ ଥିବା ତାଙ୍କୁ କୁହାଯାଇଥିଲା। କାମ ବିଷୟରେ ଆଲୋଚନା ସମୟରେ ଲଭିନା ପାରିଶ୍ରମିକ ବିଷୟରେ ପଚାରିଥିଲେ। ସେତେବେଳେ ତାଙ୍କୁ ୫ ଲକ୍ଷ ଟଙ୍କା ବଜେଟ୍ ବିଷୟରେ କୁହାଯାଇଥିଲା। କିନ୍ତୁ ଏହା ପରେ ତାଙ୍କ ସାମ୍ନାରେ ରଖାଯାଇଥିଲା ଏକ ସର୍ତ୍ତ। ଲଭିନାଙ୍କ କହିବା ଅନୁସାରେ, ତାଙ୍କୁ କୁହାଯାଇଥିଲା ଯେ ଯଦି ସେ ‘କମ୍ପ୍ରମାଇଜ୍’ କରିବାକୁ ରାଜି, ତେବେ ଫିଲ୍ମର ବଜେଟ୍ ୫ ଲକ୍ଷରୁ ବଢ଼ି ୭ ଲକ୍ଷ ଟଙ୍କା ହୋଇଯିବ। ଏଭଳି ପ୍ରସ୍ତାବ ଶୁଣି ଲଭିନା ସ୍ପଷ୍ଟ ଭାବରେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଯେ, ପ୍ରସ୍ତାବ ରଖିଥିବା ବ୍ୟକ୍ତି ନିଜ କଥା ସ୍ପଷ୍ଟ ଭାବରେ କହିଥିବାରୁ ସେ ତାଙ୍କ ସ୍ପଷ୍ଟବାଦିତାକୁ ସମ୍ମାନ କରନ୍ତି, କିନ୍ତୁ ଏଭଳି କୌଣସି ସର୍ତ୍ତରେ ସେ କାମ କରିପାରିବେ ନାହିଁ ବୋଲି କହିଥିଲେ। ଏମିତି କି ଲଭିନା ସେହି ବ୍ୟକ୍ତିଙ୍କୁ ସ୍ପଷ୍ଟ କରିଥିଲେ ଯେ, ଭବିଷ୍ୟତରେ ଯଦି ତାଙ୍କ ପାଖରେ କିଛି ଭଲ ପ୍ରୋଜେକ୍ଟ ଥିବ, ଆଉ ଏଭଳି କୌଣସି ସର୍ତ୍ତ ନଥିବ। ତାହେଲେ ତାଙ୍କୁ ଅଭିନୟ ପାଇଁ ଯୋଗାଯୋଗ କରିବାକୁ ସେ କହିଥିଲେ। ନଚେତ୍ ତାଙ୍କୁ ଫୋନ୍ ନ କରିବାକୁ ମଧ୍ୟ କହିଥିଲେ।

ସେହି ସାକ୍ଷାତକାରରେ ଲଭିନା ଗ୍ଲାମର ଇଣ୍ଡଷ୍ଟ୍ରିରେ କାମ କରୁଥିବା ମହିଳାମାନଙ୍କୁ ନେଇ ସମାଜ କମ ଭାବୁଛି ସେ ବିଷୟରେ ମଧ୍ୟ କହିଥିଲେ। ତାଙ୍କ ମତରେ, ଜଣେ ଅଭିନେତ୍ରୀ ଅନେକ ପୁରୁଷ ସହକର୍ମୀଙ୍କ ସହ କାମ କରନ୍ତି, ରୋମାଣ୍ଟିକ୍ ସିନ୍ କରନ୍ତି ବୋଲି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଭୁଲ ଧାରଣା କରିବା ଠିକ୍ ନୁହେଁ। ଏସବୁ ତାଙ୍କ ପେସାର ଏକ ଅଂଶ ବୋଲି ସେ କହିଥିଲେ। ଲଭିନା ଏକଥା ବି କହିଥିଲେ ଯେ, ଏହାପରେ ମଧ୍ୟ ଆଉ ଜଣେ ବି ତାଙ୍କଠାରୁ କମ୍ପ୍ରମାଇଜ୍ ର ଆଶା ରଖିଥିଲେ। କିନ୍ତୁ ସେ ରୋକଠୋକ ମନା କରିଦେଇଥିଲି। ଲଭିନା ଏକ ସାକ୍ଷାତକାରରେ କଥା ଖୋଲାଖୋଲି ଭାବେ କଥା ହୋଇଥିଲା। ଯାହା ଏବେ ପୁଣି ଥରେ ହେଉଛି ଭାଇରାଲ୍।

Also Read- Drishyam 3 advance booking : ରିଲିଜ୍ ପୂର୍ବରୁ ହିଁ ରେକର୍ଡ ଭାଙ୍ଗିଲା ‘ଦୃଶ୍ୟମ ୩’, ଆଡଭାନ୍ସ ବୁକିଂ ୧୯ କୋଟି ପାର୍