ତାମିଲନାଡୁ ୩୦।୯: ଏମିତି ଏକ ଜାଗା କାହାକୁ ବା ଭଲ ଲାଗିବନି । ଯାହା ସୁନ୍ଦରତା, ରୋମାଞ୍ଚ ଓ ରହସ୍ୟରେ ଭରା । ଆଜି ଆମେ ଆପଣଙ୍କୁ ନେଇଯିବୁ ତାମିଲନାଡୁର କୋଡାଇକାନାଲର ରହସ୍ୟମୟ ଜାଗାକୁ । ନାଁ ତାର ଗୁନା ଗୁମ୍ଫା । ଯାହାକୁ ଡେଭିଲ୍ସ କିଚେନ ବା ସୈତାନଙ୍କ ରୋଷେଇ ଘର ବି କୁହାଯାଏ । ଏଠାକାର ସୌନ୍ଦର୍ଯ୍ୟ ଯେତିକି ମନଛୁଆଁ ତାର ଇତିହାସ ବି ସେତିକି ଭାବନା ଦିଏ । ଆଉ ରହସ୍ୟର କାହାଣୀ ବେଶ ରୋମାଞ୍ଚକ । ଆପଣଙ୍କୁ ତାହା ଚକିତ କରିଦେବ ନିଶ୍ଚୟ । ଗୁନା ଗୁମ୍ଫା କେବଳ ସୌନ୍ଦର୍ଯ୍ୟରେ ନୁହେଁ ରହସ୍ୟମୟ ଘଟଣାକୁ ନେଇ ଅଧିକ ପରିଚିତ । ରେକର୍ଡ କହୁଛି ଗତ କିଛି ବର୍ଷ ଭିତରେ ଏହି ଗୁମ୍ଫାରେ ପ୍ରାୟ ୧୬ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି । ଯେଉଁମାନଙ୍କର କି ଚିହ୍ନବର୍ଣ୍ଣ ଏଯାଏ ମିଳିପାରିନି ।ଦୁର୍ବଳ ନେଟୱର୍କ ଓ ଗଭୀର ଗାତ ସୁନ୍ଦର ଗୁମ୍ଫାକୁ ଅଧିକ ଭୟାନକ କରିଦେଇଥାଏ । ସ୍ଥାନୀୟ ଲୋକକଥା ଅନୁସାରେ ଗୁମ୍ଫାରେ ଭୂତ ପ୍ରେତ ସହ ରହିଛି ଗୁପ୍ତ ଖଜାନା । ହେଲେ ଆଜି ବି ତାହା ଅସ୍ପଷ୍ଟ । କେବଳ ଶୁଣାଯାଏ କେହି ବି ଠୋସ୍‌ ପ୍ରମାଣ ଦିଅନ୍ତି ନାହିଁ । କିନ୍ତୁ କଥାକୁ ବି କେହି ମିଛ ବୋଲି ଜୋର ଦେଇ କହିପାରନ୍ତିନି  । କଣ ପାଇଁ ଗୁନା ଗୁମ୍ଫାକୁ କୁହାଯାଏ ଡେଭିଲ୍ସ କିଚେନ ? କଣ ରହିଛି ୟା ପଛର ରହସ୍ୟ ?

Watch Video: ତଳେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ କରନ୍ତୁ...​​​​​​​​​​​​​​