ନୂଆଦିଲ୍ଲୀ ୨୫।୦୪ : ରାତି ୯ଟା ପରେ ଅଧିକାଂଶ ଲୋକ ଖାଦ୍ୟ ଖାଇଥାନ୍ତି । ତେବେ ବ୍ୟସ୍ତତା ଏବଂ ଦୈନନ୍ଦିନ ଜୀବନଚର୍ଯ୍ୟା ପାଇଁ ଅନେକଙ୍କ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ । ତେବେ ରାତି ୯ଟା ପରେ ଯଦି ଅଧିକ ଖାଦ୍ୟ ଗ୍ରହଣ କରନ୍ତି ତାହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଏମିତିକି ବଡ଼ ପେଟ ସମସମ୍ୟା ମଧ୍ୟ ଉପୁଜିଯାଇପାରେ ବୋଲି କୁହାଯାଏ ।

ଆମେରିକାର ନ୍ୟାସନାଲ ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ ଏଗଜାମିନେସନ ସର୍ଭେରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ୧୧ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଛି । ଅଧ୍ୟୟନରୁ ଜଣାପଡ଼ିଛି କି, ବିଳମ୍ବିତ ରାତିରେ ଅତ୍ୟଧିକ ଖାଦ୍ୟ ଖାଇଲେ ଅନ୍ତଃନଳୀ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏହାସହ ଅଧିକାଂଶ ଲୋକ କହିଛନ୍ତି କି, ବ୍ୟସ୍ତତା ପାଇଁ ବିଳମ୍ବରେ ଖାଦ୍ୟ ଗ୍ରହଣ କରନ୍ତି । ପାଖାପାଖି ୨୫ ପ୍ରତିଶତରୁ ଅଧିକ ଲୋକ ଏଭଳି ଥିବା ଜଣାପଡ଼ିଛି । ତେବେ ଏମାନଙ୍କ ନିକଟରେ କୋଷ୍ଠକାଠିନ୍ୟ ଦେଖାଯାଏ ବୋଲି ତଥ୍ୟରେ ପ୍ରକାଶ ପାଇଛି ।

ତେବେ ଏହି ସର୍ଭେର ମୁଖ୍ୟ କହିଛନ୍ତି କି, ବିଳମ୍ବରେ ଖାଇବା ଅପେକ୍ଷା ଅତ୍ୟଧିକ ଖାଦ୍ୟ ଗ୍ରହଣ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆପଣ ଯଦି ଚାପରେ ଅଛନ୍ତି ଏବଂ ଅତ୍ୟଧିକ ଖାଦ୍ୟ ଗ୍ରହଣ କରନ୍ତି ତାହେଲେ ଅନ୍ତଃନଳୀ ଉପରେ ଏହା ପ୍ରଭାବ ପକାଇଥାଏ । ଏହାସହ ଏହା ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ । ମାନସିକ ଚାପରେ ରହିଲେ ଏହା ପେଟ ସମସ୍ୟା ହେବାର ଆଶଙ୍କା ରହିଥାଏ ।

କୁହାଯାଇଛି କି, ଦିନ ଅପେକ୍ଷା ରାତିରେ ଖାଦ୍ୟ ହଜମ କରିବାର କ୍ଷମତା ହ୍ରାସ ପାଇଥାଏ । ରାତିରେ ଅଧିକ ପରିମାଣର ଖାଦ୍ୟ ଗ୍ରହଣ କଲେ ଏହା ସହଜରେ ହଜମ ହୋଇନଥାଏ । ଯାହାଦ୍ବାରା ଆପଣଙ୍କ ନିକଟରେ ବହୁ ଲକ୍ଷଣମାନ ଦେଖାଯାଇଥାଏ । ଏହାକୁ ଏଡାଇବା ପାଇଁ ସବୁବେଳେ... ରାତିରେ ହାଲୁକା ଖାଦ୍ୟ ଖାଆନ୍ତୁ । ଏହା ସହ ମାନସିକ ଚାପ ନିଅନ୍ତୁ ନାହିଁ। ପ୍ରତିଦିନ ଯୋଗ କରନ୍ତୁ, ଏହା ସହ ଚାଲିବା କିମ୍ବା ଧ୍ୟାନ କରନ୍ତୁ। ସବୁଠାରୁ ବଡ କଥା ପର୍ଯ୍ୟାପ୍ତ ପରିମାଣ ଶୁଅନ୍ତୁ।

Also Read-ଫଳ ଓ ପନିପରିବାରେ ଲାଗିଥିବା ଷ୍ଟିକର ସ୍ଵାସ୍ଥ୍ୟ ପାଇଁ ଘାତକ, ଜାଣନ୍ତୁ ଏହା ପଛର କାରଣ